Latest Odisha News

BREAKING NEWS

ଦେଓଧର ଟ୍ରଫିରେ ରିୟାନ ପରାଗଙ୍କ ବିସ୍ଫୋରକ ବ୍ୟାଟିଂ, ୟୁସୁଫଙ୍କ ୧୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ

ନୂଆଦିଲ୍ଲୀ: ଚଳିତ ଦେଓଧର ଟ୍ରଫିରେ ଆସାମ ଅଲରାଉଣ୍ଡର ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପୂର୍ବାଂଚଳ ପକ୍ଷରୁ ଖେଳୁଥିବା ପରାଗ ଉତରାଂଚଳ ବିପକ୍ଷରେ ୧୦୨ ବଲରେ ୧୩୧ ରନର ଇନିଂସ ଖେଳିଥିଲେ । ଏଥିରେ ୫ ଚୌକା ଓ ୧୧ ଛକା ରହିଥିଲା । ସେ ୮୪ ବଲରେ ଶତକ ହାସଲ କରିଥିଲେ । ଦେଓଧର ଟ୍ରଫିରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ସେ ୟୁସୁଫ ପଠାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ପଠାନ ୨୦୧୦ରେ ପଶ୍ଚିମାଂଚଳ ପକ୍ଷରୁ ଖେଳି ଉତରାଂଚଳ ବିପକ୍ଷରେ ୯ଟି ଛକା ମାରିଥିଲେ । ସେହିପରି ୨୦୧୮ରେ ଇଣ୍ଡିଆ ସି ବିପକ୍ଷରେ ଶ୍ରେୟାଶ ଆୟାର ଇଣ୍ଡିଆ ବି ପକ୍ଷରୁ ଖେଳି ୮ଟି ଛକା ମାରିଥିଲେ ।

ଷଷ୍ଠ ୱିକେଟରେ ପରାଗ ଓ କୁମାର କୁଶର୍ଗ ୨୩୫ ରନ ସଂଗ୍ରହ କରିଥିଲେ । ଏଥିସହ ସେମାନେ ଅଦିଲ ଅମୀନ ଓ ମହମ୍ମଦ ହ୍ୟାରିସଙ୍କ ୨୨୭ ରନର ପାର୍ଟନରଶିପ ରେକର୍ଡ ଭଙ୍ଗ କରିଛନ୍ତି । ୫୭ ରନରେ ୫ଟି ୱିକେଟ ହରାଇ ବିପଦରେ ପଡିଥିବା ପୂର୍ବାଂଚଳ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ୩୩୭ ରନ ସଂଗ୍ରହ କରିପାରିଥିଲା । କୁଶର୍ଗ ୯୮ ରନରେ ଆଉଟ ହୋଇଥିଲେ ।

Leave A Reply

Your email address will not be published.