Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ମାନୀତ ଜୌରା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଛୋଟ ପରଦାର ଅଭିନେତା ମାନୀତ ଜୌରା । ସେ ତାଙ୍କର ଗ୍ରୀକ୍ ଗର୍ଲଫ୍ରେଣ୍ଡ ଆଣ୍ଡ୍ରିଆ ପାନାଗିଓଟୋପୁଲୁଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ମାନିତ ଗତ ୯ ତାରିଖରେ ବିବାହ କରିଥିଲେ ମଧ୍ୟ ଏହାକୁ ସେ ଗୁପ୍ତ ରଖିଥିଲେ । ଏବେ ସେ ତାଙ୍କ ବିବାହ ବିଷୟରେ କହିଛନ୍ତି । ବିବାହ ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମାନୀତଙ୍କ ବିବାହ ଉଦୟପୁରରେ ଆୟୋଜିତ ହୋଇଥିଲା । ବିବାହ ଦିନ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ବିବାହ ଭଲ ଭଲରେ ହୋଇଥିଲା । ମନୀତ୍ ନିଜେ ସବୁକିଛିର ଯତ୍ନ ନେଇଥିଲେ । ପରମ୍ପରା ଅନୁଯାୟୀ ତାଙ୍କ ପିତୃପୁରୁଷଙ୍କ ୧୦୮ ବର୍ଷର ପୁରୁଣା ଖଣ୍ଡା ଆଣିଥିଲେ । ପୂର୍ବରୁ ଏହି ଖଣ୍ଡା ଉପରେ କେବଳ ଘରର ପୁରୁଷଙ୍କ ନାମ ଥିଲା । କିନ୍ତୁ ସେ ତାଙ୍କ ପତ୍ନୀ ଆଣ୍ଡ୍ରିଆଙ୍କ ନାମ ମଧ୍ୟ ସେଥିରେ ଲେଖିଥିଲେ ।

ଆଣ୍ଡ୍ରିଆ ଜଣେ ଡ଼୍ୟାନ୍ସ ଶିକ୍ଷୟିତ୍ରୀ । ୧୦ ବର୍ଷ ତଳେ ଉଭୟ ଛାତ୍ର ଏବଂ ଶିକ୍ଷୟିତ୍ରୀ ଭାବରେ ସାକ୍ଷାତ ହୋଇଥିଲେ । ପ୍ରଥମ ସାକ୍ଷାତ୍‌ରେ ହିଁ ସେମାନେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ନିକଟରେ ଏକ ସାକ୍ଷାତ୍‌କାରରେ ମାନୀତ ବିବାହ କରିଥିବା ନେଇ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ନିଜେ ମୋର ବିବାହର ସମସ୍ତ ପ୍ରସ୍ତୁତି କରୁଥିଲି । ଏହି ସମୟରେ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ତେଣୁ ମୋର ସବୁ ଯୋଜନା ଓଲଟପାଲଟ ହୋଇଗଲା । ସେଥିଲାଗି ସାଧାରଣ ଭାବେ କିଛି ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ଆୟୋଜିତ ହୋଇଥିଲା । ସମସ୍ତଙ୍କୁ ଫଟୋ କି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର ନ କରିବାକୁ ଅନୁରୋଧ କରିଥିଲି ।

Leave A Reply

Your email address will not be published.