ଚେନ୍ନାଇ: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କର ଭାରତୀୟ ଗୀତ ପ୍ରତି ବିଶେଷ ଆଗ୍ରହ ରହିଛି। ସେ ପ୍ରାୟତଃ ସୋସିଆଲ ମିଡିଆରେ ଭାରତୀୟ ଗୀତର ରିଲ୍ସ ତିଆରି କରି ସେୟାର କରିଥାନ୍ତି।
ରିଲ୍ସ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିବା ୱାର୍ଣ୍ଣର ଏବେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଏଥିସହିତ ରବିନହୁଡ୍ ଫିଲ୍ମରେ ଡେଭିଡ ୱାର୍ଣ୍ଣରଙ୍କ ଫାଷ୍ଟ ଲୁକ୍ ଶେୟାର କରିଛନ୍ତି ମେକର୍ସ।
ଡେଭିଡ୍ ୱାର୍ଣ୍ଣର ତେଲୁଗୁ ଫିଲ୍ମ ‘ରବିନ୍ ହୁଡ୍’ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ କୌଣସି ଫିଲ୍ମରେ କାମ କରିନାହାଁନ୍ତି। ମାର୍ଚ୍ଚ ୧୫ ତାରିଖରେ ନିର୍ମାତା ଏହି ଫିଲ୍ମରେ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି। ରିଲିଜ ପୋଷ୍ଟରରେ ଡେଭିଡଙ୍କ ଷ୍ଟାଇଲ୍ ବହୁତ କୁଲ୍ ଲାଗୁଛି।

Comments are closed.