Latest Odisha News

ଦେଶର ଏହି ସମସ୍ତ ସ୍ଥାନର ହୋଲି ନିଆରା, ବଲିଉଡ ଫିଲ୍ମରେ ବି ଦେଖିବାକୁ ମିଳେ ଏହାର ଝଲକ୍

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲି । ଧୂମଧଡକାରେ ଉଠୁଛି ପଡୁଛି ସାରା ଦେଶ । ରାଜ୍ଯରେ ମଧ୍ଯ ଲାଗି ଉତ୍ସବର ମାହୋଲ ରହିଛି । ତେବେ ସାରା ଦେଶରେ ହୋଲିର ମାହୋଲ ଥିବା ବେଳେ ଆମେ ଆପଣଙ୍କୁ କିଛି ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛି ଯେଉଁଠି ହୋଲି ବେଶ୍ ଧୁମାଧାମରେ ପାଳନ କରାଯାଏ । ଦେଶର କୋଣ ଅନୁକୋଣରୁ ବି ଲୋକେ ଏହି ସ୍ଥାନକୁ ହୋଲି ପାଳନ କରିବାକୁ ଆସନ୍ତି । ଏପରିକି ଏହି ସମସ୍ତ ସ୍ଥାନରେ ବଲିଉଡର ଅନେକ ଚଳଚ୍ଚିତ୍ରର ହୋଲି ଉତ୍ସବ ମଧ୍ୟ ସୁଟିଂ ହୋଇଛି । ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ…

ମଥୁରା ବୃନ୍ଦାବନ: ଲଗାତାର ୪୦ ଦିନ ଏଠାରେ ହୋଲି ପାଳନ ହୁଏ । ନୀନା ଗୁପ୍ତାଙ୍କ ଫିଲ୍ମ ‘ଦ ଲାଷ୍ଟ କଲର’ରେ ଆପଣ ମଥୁରା ଓ ବୃନ୍ଦାବନର ହୋଲି ମହତ୍ତ୍ବ ଦେଖବାକୁ ପାଇବେ । ସେହିପରି ଲଗନ ଚଳଚ୍ଚିତ୍ରର ‘‘ରାଧା କେସେ ନା ଜଲେ’’ ଗୀତରେ ମଧ୍ୟ ମଥୁରାର ହୋଲି ଦେଖୀବାକୁ ମିଳେ ।

ବରସନା ଓ ନନ୍ଦଗାଁ: ଏହି ସହରରେ ହୋଲି ଲାଠମାର ପର୍ବ ଭାବେ ପରିଚିତ । ଏଠାରେ ମହିଳା ମାନେ ପୁରୁଷଙ୍କୁ ଏକ ବାଡିରେ ବାଡେଇ ରଙ୍ଗ ଖେଳିଥାନ୍ତି । ଟଏଲେଟ ଏକ ପ୍ରେମ କଥା ଚଳଚ୍ଚିତ୍ରରେ ଏଠାକାର ହୋଲି ସେଲିବ୍ରେସନ ଦେଖିବାକୁ ମିଳେ ।

ବାରଣାସୀ: ବାରଣାସୀ ପର୍ଯ୍ୟଟନ ସ୍ଥଳୀର ଏକ ନମ୍ବରରେ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏ ସହର ଯେତେ ଧାର୍ମିକ ଏଠାକାର ପର୍ବ ମଧ୍ୟ ସେତିକି ଉତ୍ସାହିତ । ବାରାଣସୀର ସବୁଠୁ ନିଆରା ହୋଲି କହିଲେ ଭସ୍ମ ହୋଲିକୁ ବୁଝାଏ । ଫିଲ୍ମ ରାଞ୍ଝଣାରେ ‘ତୁମ୍ ତକ୍ ଗୀତ’ରେ ସହରରେ ପାଳିତ ହୋଲି ଉତ୍ସବକୁ ସୁନ୍ଦର ଭାବରେ ପ୍ରଦର୍ଶନ କରାଯାଇଥିଲା।

ମନାଲି: ବରଫ ଆଚ୍ଛାଦିତ ଶିଖର ଏବଂ ଚାରିପାଖରେ ପର୍ବତଗୁଡ଼ିକର ମନୋରମ ଦୃଶ୍ୟର ମିଶ୍ରଣ, ଏହି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ସ୍ୱର୍ଗ ଠୁ କମ ନୁହେଁ। ୟେ ଜୱାନୀ ହୈ ଦିୱାନୀର ବଲମ୍ ପିଚକାରୀ ଗୀତରେ ଏଠାକାର ହୋଲି ସମ୍ପୁର୍ଣ୍ଣ ଭାବରେ ଦେଖୀବାକୁ ମିଳେ ।

Comments are closed.