Latest Odisha News

BREAKING NEWS

ଆଶ୍ଚର୍ଯ୍ୟ : ମଣିଷ ଭଳି ରୋବୋ ବି କରୁଛି ଶ୍ୱାସକ୍ରିୟା

ୱାଶିଂଟନ: ବିଜ୍ଞାନର ଉନ୍ନତି କାରଣରୁ ଧୀରେ ଧୀରେ ବଦଳିବାରେ ଲାଗିଛି ଲୋକଙ୍କ ଜୀବନଧାରା । ଏବେ କର୍ମଚାରୀଙ୍କ ବଦଳରେ ବିକଳ୍ପ ପାଲଟି ଯାଉଛି ରୋବୋ । ହୋଟେଲଠାରୁ ଆରମ୍ଭ କରି କାର ଶୋରୁମ,ପେଟ୍ରୋଲ ପମ୍ପ ସବୁଠି ରୋବୋର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକତା ବଢୁଥିବାରୁ ଏହାକୁ ନେଇ ଅଧିକ ପରୀକ୍ଷାନିରୀକ୍ଷା ମଧ୍ୟ ଚାଲିଛି । ବିଶେଷକରି ମଣିଷର କାମକୁ ହାଲକା କରିବା ସହିତ ମାନସିକ ସ୍ତରରେ କିଭଳି ରୋବୋ କାମ କରି ପାରିବ ସେ ଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଛି । ଏହି ଧାରାରେ ରୋବୋ କାମ ସହିତ ମଣିଷ ଭଳି ଶ୍ୱାସକ୍ରିିୟା ସମ୍ପାଦନ କରୁଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ଏବେ ବୈଜ୍ଞାନିକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ମଣିଷଙ୍କ ଭଳି ଶ୍ୱାସକ୍ରିୟା ସମ୍ପାଦନ କରି ପାରୁଛି । ଏହାର ନାମ ରଖାଯାଇଛି ଆଣ୍ଡି । ଆଣ୍ଡି ବିଶ୍ୱର ଏପରି ଏକ ରୋବୋ, ଯାହା ମଣିଷ ଭଳି କାର୍ଯ୍ୟ କରୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଆଣ୍ଡି ଦେହରୁ ମଣିଷ ଭଳି ଝାଳ ବାହାରିବା ସହ ଶୀତରେ କମ୍ପନ ହେବା ଭଳି ଆଡଭାନ୍ସ ଫିଚର ମଧ୍ୟ ରହିଛି । ଏହି ରୋବୋକୁ ଆମେରିକାର ଆରିଜୋନା ଷ୍ଟେଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପରୀକ୍ଷାନିରୀକ୍ଷା ବେଳେ ବହୁ ରୋବଟ୍‌ଙ୍କୁ ସାମିଲ କରାଯାଇଥିଲା ।

ତେବେ ଏହି ଥର୍ମାଲ ରୋବୋରେ ଏପରି କିଛି ଫିଚର୍ସ ରଖାଯାଇଛି, ଯାହା କୌଣସି ମଣିଷଠାରୁ ମଧ୍ୟ କମ୍ ନୁହେଁ । ଆଣ୍ଡିର ଦେହରେ ୩୫ ପରସ୍ତ ସ୍କିନ ଲଗାଯାଇଛି । ଏହି ପ୍ରୋଜେକ୍ଟର ମୁଖ୍ୟ କହିବା ଅନୁସାରେ, ଭୀଷଣ ଗରମରେ କିଭଳି ରୋବୋ ପ୍ରତିକ୍ରିୟା ରଖେ, ତାକୁ ନେଇ ବିଭିନ୍ନ ଦୃଷ୍ଟିକୋଣରୁ ପରୀକ୍ଷା କରାଯାଇଥିଲା । ଏଥିରୁ ସ୍ପଷ୍ଟ ହେଲା ଯେ, ମଣିଷ ଭଳି ଏହି ରୋବୋ ଶ୍ୱାସକ୍ରିୟା ସମ୍ପାଦନ କରୁଛି ।

Leave A Reply

Your email address will not be published.