Latest Odisha News

ମୁମ୍ବାଇର ଆଗାମୀ ମ୍ୟାଚରେ ଖେଳିବେନି ରୋହିତ, ଯଶସ୍ୱୀ, ଶ୍ରେୟାଶ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର କେତେଜଣ ଷ୍ଟାର ଖେଳାଳି ଫର୍ମ ସୁଧାରିବା ପାଇଁ ଚଳିତ ରଣଜୀ ଟ୍ରଫିର କେତେକ ମ୍ୟାଚରେ ଖେଳିଛନ୍ତି । ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ ଓ ଶ୍ରେୟାଶ ଆୟାର ମୁମ୍ବାଇ ପକ୍ଷରୁ ଖେଳିଥିଲେ । ଏହି ଷ୍ଟାର ଖେଳାଳିମାନେ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ଏହି ମ୍ୟାଚରେ ମୁମ୍ବାଇ ପରାଜିତ ହୋଇଥିଲା । ଏବେ ମୁମ୍ବାଇ ତାର ପରବର୍ତୀ ମ୍ୟାଚ ଜାନୁୟାରୀ ୩୦ରେ ମେଘାଳୟ ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ରୋହିତ, ଯଶସ୍ୱୀ ଓ ଶ୍ରେୟାଶ ଖେଳିବେନି । ତେବେ ସେମାନଙ୍କ ଫର୍ମ ଏହାର କାରଣ ନୁହେଁ ବୋଲି ଏମସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ନାଗପୁରରେ ଟିମ ଇଣ୍ଡିଆ ପକ୍ଷରୁ ଏକ ଶିବିରର ଆୟୋଜନ କରାଯାଇଛି । ସମସ୍ତ ମନୋନୀତ ଖେଳାଳି ସେଠାରେ ଯୋଗ ଦେବେ । ଫେବୃୟାରୀ ୬ରୁ ଦିନିକିଆ ସିରିଜ ଆରମ୍ଭ ହେବ । ସେହିପରି ଶିବମ ଦୁବେ ମଧ୍ୟ ମୁମ୍ବାଇ ପକ୍ଷରୁ ଆଗାମୀ ମ୍ୟାଚ ଖେଳିବେନି । ତାଙ୍କୁ ନିକଟରେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି ।

Comments are closed.