ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ହିନ୍ଦୁ ଧର୍ମର ଦିବ୍ୟ ଓ ଭବ୍ୟ ମେଳା ମହାକୁମ୍ଭ । ଗତ ୧୬ ଦିନରେ, ୧୩ କୋଟି ଲୋକ ପବିତ୍ର ବୁଡ଼ ପକାଇଛନ୍ତି । ହେଲେ ଏହା ଭିତରେ ସମସ୍ତ ପ୍ରକାରର ଧାର୍ମିକ ରୀତିନୀତି ମଧ୍ୟରେ ଏକ ବିବାହ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଯେଉଁଠାରେ ଗ୍ରୀସର ଜଣେ ଝିଅ ଜଣେ ଭାରତୀୟଙ୍କୁ ବିବାହ କରିଛନ୍ତି । ଗ୍ରୀସ୍ ରୁ ପ୍ରୟାଗରାଜ ଆସିଥିବା ପେନେଲୋପ୍ ଜାନୁଆରୀ ୨୬ ତାରିଖରେ ତାଙ୍କ ପ୍ରେମିକ ଏବଂ ଯୋଗ ପ୍ରଶିକ୍ଷକ ସିଦ୍ଧାର୍ଥ ଶିବ ଖନ୍ନାଙ୍କୁ ବିବାହ କରିଥିଲେ ।
ଏହି ଅବସରରେ ପ୍ରୟାଗରାଜର ସାଧୁ ସନ୍ଥମାନେ ସେମାନଙ୍କ ବିବାହର ସାକ୍ଷୀ ହୋଇଥିଲେ ଏବଂ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କର ବିବାହ ହୋଇଥିଲା । ଏହି ବିବାହରେ, ସାଧୁ ଏବଂ ସନ୍ଥମାନେ ବିବାହ ଅତିଥି ହୋଇଥିଲେ ଏବଂ ଜୁନା ଅଖାଡାର ମହାମଣ୍ଡଳେଶ୍ୱର ଯତୀନ୍ଦ୍ରାନନ୍ଦ ଗିରି ପେନେଲୋପଙ୍କ କନ୍ୟାଦାନ କରିଥିଲେ ।
ଗ୍ରୀସ୍ ରୁ ପେନେଲୋପ୍ ତାଙ୍କ ମାଆଙ୍କ ସହ ପ୍ରୟାଗରାଜର ମହାକୁମ୍ଭକୁ ଆସିଛନ୍ତି । ମହାକୁମ୍ଭ ଆରମ୍ଭ ହେବା ଦିନଠାରୁ ସେ ଏଠାରେ ଅଛନ୍ତି । ହିନ୍ଦୁ ରୀତିନୀତିରେ ସେ ଦିଲ୍ଲୀର ସିଦ୍ଧାର୍ଥଙ୍କୁ ବିବାହ କରିବା ପରେ ପେନେଲୋପ୍ ବହୁତ ଖୁସି ଥିବା କହିଛନ୍ତି । ବିବାହ ପରେ, ସେ କହିଥିଲେ ଯେ ସନାତନ ଧର୍ମ ହେଉଛି ଏକ ସୁଖୀ ଜୀବନଯାପନ ଏବଂ ଜନ୍ମ ଏବଂ ପୁନର୍ଜନ୍ମର ଏହି ଚକ୍ରରୁ ଆଗକୁ ଯିବାର ଏକମାତ୍ର ଉପାୟ । ସେ ଆହୁରି କହିଛନ୍ତି ଯେ ସେ ଜାନୁଆରୀ ୨୯ ତାରିଖରେ ମୌନୀ ଅମାବାସ୍ୟାରେ ସଙ୍ଗମରେ ବୁଡ଼ ପକାଇବେ ।
ସିଦ୍ଧାର୍ଥ ଏହି ବିବାହକୁ ନେଇ କହିଛନ୍ତି, ‘ପେନେଲୋପ ଓ ମୁଁ ଏହି ବିବାହକୁ ନେଇ ଖୁବ ଖୁସି ଅଛୁ । ଏହା ଆମମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମୁହୂର୍ତ୍ତ । ଆମ ଅନେକ ଦିନରୁ ଆମର ବିବାହକୁ ମନେ ରଖିଲା ଭଲି ଯୋଜନା କରିବାକୁ ଚାହୁଁଥିଲୁ । ସେଥିପାଇଁ ଆମେ ମହାକୁମ୍ଭରେ ଜାନୁଆରି ୨୬ ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ ।
Comments are closed.