Latest Odisha News

BREAKING NEWS

ଆସନ୍ତୁ ଜାଣିବା ବିହାର ନିର୍ବାଚନ ପ୍ରଚାର ବେଳେ ହଠାତ୍ କାହିଁକି ସାର୍ଟ ଚିରି ପକାଇଲେ କଂଗ୍ରେସ ପ୍ରାର୍ଥୀ

ସମସ୍ତୀପୁର: ବିହାର ନିର୍ବାଚନର ପ୍ରଚାର ଜୋର ଧରିବାରେ ଲାଗିଛି । ବିଭିନ୍ନ ଦଳ ମତଦାତାଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଆପଣାଉଛନ୍ତି । ବୁଧବାର ରୋସଡା ବିଧାନସଭା ଅଂଚଳର କଂଗ୍ରେସ ପ୍ରାର୍ଥୀ ନାଗେନ୍ଦ୍ର କୁମାର ବିକଳ ପ୍ରଚାର ବେଳେ ହଠାତ୍ ତାଙ୍କ ସାର୍ଟ ଚିରି ପ୍ରତିଜ୍ଞା କରିଥିଲେ, ରସୋଡା ଜିଲ୍ଲା ନ ହେବା ପର୍ଯ୍ୟନ୍ତ ସେ ଆଉ ଏହାକୁ ପିନ୍ଧିବେ ନାହିଁ ।

ପ୍ରଥମେ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ ମାତ୍ର ନେତାଜୀଙ୍କ ଘୋଷଣା ତାଳି ମାରି ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ରୋସଡାକୁ ଜିଲ୍ଲା କରିବା ପାଇଁ ଦୀର୍ଘ ଦିନ ଧରି ଦାବୀ ରହି ଆସିଛି । ନାଗେନ୍ଦ୍ର ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.