Latest Odisha News

BREAKING NEWS

ମିଳିଲାନି ଜାତୀୟ ଦଳରେ ସ୍ଥାନ, ସନ୍ୟାସ ନେବେ କି ଏହି ବରିଷ୍ଠ କ୍ରିକେଟର୍ ?

ଭୁବନେଶ୍ୱର: ଅକ୍ଟୋବର ୩୦ ଠାରୁ ପାକିସ୍ତାନରେ ଆରମ୍ଭ ହେବ ଦିନିକିଆ ଓ ଟି୨୦ ସିରିଜ୍ । ରାୱଲପିଣ୍ଡିରେ ଦିନିକିଆ ଓ ଗଦ୍ଦାଫି ଷ୍ଟାଡିୟମରେ ହେବ ଟି୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ୨୨ ଜଣିଆ ଦଳ । ହେଲେ ଦଳରେ ସ୍ଥାନ ପାଇନଥିବାରୁ ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଚିନ୍ତା କରିଛନ୍ତି ।

ଜିମ୍ବାୱେ ବିପକ୍ଷ କ୍ରିକେଟ୍ ସିରିଜରୁ ବାଦ୍ ପଡିଛନ୍ତି ସୋଏବ ମଲିକ୍‌, ସରଫରାଜ ଅହମଦ ଓ ବୋଲର ମହମ୍ମଦ ଅମୀର । ଏକ ପ୍ରେସ କନଫେରେନ୍ସରେ ପାକିସ୍ତାନ କୋଚ୍ ମିସ୍‌ବାହ କହିଥିଲେ, ଏବେ ଦଳ ଯୁବ ଖେଳାଳିଙ୍କୁ ଚାହୁଁଛି । ଅନ୍ୟପଟେ ବାଦ୍ ପଡିଥିବା ତିନିଜଣଙ୍କ ମଧ୍ୟରୁ ସୋଏବଙ୍କର ଫର୍ମ ଥିବାବେଳେ ଜାତୀୟ ଦଳରେ ସ୍ଥାନ ନପାଇବା ତାଙ୍କୁ ବ୍ୟଥିତ କରିଛି ।

ଗତ ନ୍ୟାସନାଲ କପ କ୍ରିକେଟ୍ ପ୍ରତିଯୋଗୀତାରେ ସୋଏବ ୧୦ଟି ଇନିଂସରୁ ୩୯.୮୩ ଆଭରେଜ ଓ ୧୪୬.୬୨ଷ୍ଟ୍ରାଇକ୍ ରେଟ୍‌ରେ ୨୩୯ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା ।

ବୟସ କେବେ ବି ସୋଏବଙ୍କ ପାଇଁ ବାଧକ ସାଜିନି । ପାକିସ୍ତାନର ଫିଟ୍ ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ । ୨୦୧୫ରେ ଟେଷ୍ଟ କ୍ରିକେଟ୍ ଓ ୨୦୧୯ରେ ଦିନିକିଆରୁ ସୋଏବ ସନ୍ୟାସ ନେଇଥିଲେ ବି ଦେଶ ପାଇଁ ଟି୨୦ ପ୍ରତିଯୋଗୀତାରେ ସେ କ୍ରମାଗତ ଖେଳିଆସୁଥିଲେ ।

ଏବେ ଯୁବାବର୍ଗଙ୍କୁ ସୁଯୋଗ ଦେବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଗଭର । ଏପରି ସ୍ଥିତିରେ ଅନେକ ମତ୍ତ ଦେଇଛନ୍ତି ସୋଏବ ସନ୍ୟାସ ଗ୍ରହଣ କରିନେବା ଉଚିତ୍ ହେବ । ତେବେ ଏ ନେଇ ସୋଏବ କିନ୍ତୁ ମୁହଁ ଖୋଲିନାହାନ୍ତି ।

ବିଗତ କିଛିବର୍ଷ ଧରି ସୋଏବଙ୍କ ଖେଳ ବେଶ ସକରାତ୍ମକ ରହିଥିଲା । ୩୫ଟି ଟେଷ୍ଟରୁ ୧୮୯୮ ରନ୍ ଓ ୨୮୭ଟି ଦିନିକିଆରୁ ସେ ୭୫୩୪ ରନ୍ ସଂଗ୍ରହ କରିଥିଲେ । ତା ଛଡା ପାକିସ୍ତାନ ପାଇଁ ସେ ୧୧୬ଟି ଟି୨୦ ମ୍ୟାାଚ୍ ଖେଳି ୧୨୪.୨ ହାରରେ ୨୩୩୫ ରନ୍ ସଂଗ୍ରହ କରିପାରିଛନ୍ତି ।

Leave A Reply

Your email address will not be published.