Latest Odisha News

BREAKING NEWS

ପୂର୍ବତନ ମୁଖ୍ୟ ଶାସନ ସଚିବ ବି. ଭେଙ୍କଟରମଣଙ୍କ ଦେହାନ୍ତ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟ ଶାସନ ସଚିବ ବି ଭେଙ୍କଟରମଣଙ୍କ ପରଲୋକ । ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା ।

୧୯୫୦ ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀ ଭେଙ୍କଟରମଣ ୧୯୮୦ ମସିହା ଫେବ୍ରୁଆରୀ ୨୯ ରୁ ମାର୍ଚ୍ଚ ୨୯ ତାରିଖ ଯାଏଁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିଲେ । ସେ ଏସ୍‌. ଏମ୍‌. ଏଚ୍‌. ବର୍ଣ୍ଣିଙ୍କଠାରୁ ଏହି ଦାୟିତ୍ୱ ନେଇଥିଲେ । ସେ ପର୍ଯ୍ୟଟନ ମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ ଭାବେ କାମ କରିଥିଲେ ।

ଚୋଳ ଇତିହାସ ଓ ଭାସ୍କର୍ଯ୍ୟ ଉପରେ ସେ ଗବେଷଣା କରିଥିଲେ । ତାଙ୍କ ବାପା ଏସ୍ ଆର୍ ବାଲ ସୁବ୍ରମଣ୍ୟମ୍‌ଙ୍କ ସହ ମିଶି ସେ ‘ପରବର୍ତ୍ତୀ ଚୋଳ ମନ୍ଦିର’ ନାମରେ ଏକ ବହି ଲେଖିଥିଲେ । ଏହା ବ୍ୟତୀତ ସେ ଅନେକ ବହି ଲେଖିଛନ୍ତି । ଏଗୁଡିକ ମଧ୍ୟରେ ରହିଛି ‘ଲଡ୍ଡିଗାମ-ପରବର୍ତ୍ତୀ ଚୋଳ ମନ୍ଦିର’, ‘ଚୋଳ ବଂଶର ରାଣୀଙ୍କ ଅଧୀନରେ ମନ୍ଦିର ଭାସ୍କର୍ଯ୍ୟ’, ରାଜାରାଜେଶ୍ୱରମ୍‌: ଚୋଳ କଳାର ଶିଖର’, ‘ଥାନଭଜୁର ବ୍ରିହାଦେଶ୍ୱର ମନ୍ଦିର’ ଇତ୍ୟାଦି ।

ସେ ଭୁବନେଶ୍ୱର ସଂଗ୍ରହାଳ୍ୟ ଓ ପାଣ୍ଡୁଲିପି ଲାଇବ୍ରେରୀ ନବୀକରଣ ନେଇ ପଦକ୍ଷେପ ନେଇଥିଲେ । ଏଥି ସହ ଲକ୍ଷ୍‌ମଣେଶ୍ୱର , ଶତ୍ରୁଘ୍ନେଶ୍ୱର ଭରତେଶ୍ୱର ମନ୍ଦିରର ସଂରକ୍ଷଣ ଓ ନବୀକରଣ ଦିଗରେ ମଧ୍ୟ କାମ କରିଥିଲେ ।

Leave A Reply

Your email address will not be published.