Latest Odisha News

BREAKING NEWS

ଅଧିକ ରୁଟି ଖାଉଥିବା ବ୍ୟକ୍ତି ସତର୍କ ହୋଇଯାନ୍ତୁ: ହୋଇପାରେ ଏମିତି ଅସୁବିଧା !

ଭୁବନେଶ୍ୱର: କ’ଣ ଆପଣ ମଧ୍ୟ ଅଧିକ ରୁଟି ଖାଉଛନ୍ତି କି ? ସାବଧାନ ହୋଇଯାନ୍ତୁ, ଅଧିକ ରୁଟି ଖାଉଥିବା କାରଣରୁ ଆପଣଙ୍କର କ୍ଷତି ହୋଇପାରେ । ଯଦି ଆପଣ ରୁଟିକୁ ଅଧିକ ଖାଆନ୍ତି, ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଆମେ ବଜାରକୁ ଯାଇ ଅନେକ କିଛି ଖାଇଥାଉ, କିନ୍ତୁ ଘରକୁ ଆସି ରୁଟି ନଖାଇବା ପର୍ଯ୍ୟନ୍ତ ଆମକୁ ଶାନ୍ତି ମିଳିନଥାଏ । କିଛି ଲୋକ ଦିନକୁ ଅନେକ ଥର ରୁଟି ଖାଇପାରନ୍ତି ।   ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ଯଦି ରୁଟି ଅତ୍ୟଧିକ ଖିଆଯାଏ, ତେବେ ଏହା ଆପଣଙ୍କ ଶରୀରକୁ ଏହା କ୍ଷତି ପହଞ୍ଚାଇପାରେ । ଯେଉଁମାନେ ଜିମ୍ ଯାଆନ୍ତି କିମ୍ବା ଏକ ସୁସ୍ଥ ଖାଦ୍ୟ ଅନୁସରଣ କରନ୍ତି, ଭାତକୁ ସେମାନଙ୍କ ଖାଦ୍ୟ ତାଲିକାରୁ ବାଦ୍ ଦେଇ ରୁଟିକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି, ଯାହା ସଂପୂର୍ଣ୍ଣ ଭୁଲ । ଆସନ୍ତୁ ଜାଣିବା ଅଧିକ ରୁଟି ଖାଇବା ଦ୍ୱାରା ଆପଣଙ୍କୁ କେଉଁ ପ୍ରକାରର କ୍ଷତିର ସମ୍ମୁଖୀନ ହେବାକୁ ପଡିବ ।

ସାଧାରଣତଃ ଗହମ ରୁଟି ଅତ୍ୟଧିକ ପରିମାଣରେ ଖାଇବା ଦ୍ୱାର ଆମ ଶରୀରରେ କାର୍ବୋହାଇଡ୍ରେଟ୍ ପରିମାଣ ବଢିଥାଏ ଏବଂ ଗହମରେ ଥିବା ଗ୍ଲୁଟେନ୍ ପରିମାଣ ବୃଦ୍ଧି ହେବା ଦ୍ୱାରା ଶରୀରରେ ଚର୍ବି ସୃଷ୍ଟି ହୋଇପାରେ ଓ ସେଥିପାଇଁ ଆପଣଙ୍କର ଶୀଘ୍ର ଓଜନ ବଢିବାର ସମ୍ଭାବନା ରହିଛି । ଅନେକ ଥର ରୁଟି ଖାଇବା ପରେ, ଆପଣ ନିଶ୍ଚୟ ଅନୁଭବ କରିଥିବେ ଯେ ପେଟ ହଠାତ୍ ଭାରୀ ଭାରୀ ଲାଗେ ଓ ଫୁଲିଯାଏ, ଯାହାକି ପେଟ ସହିତ ଜଡିତ ଅନେକ ସମସ୍ୟାର ଆଶଙ୍କା ବଢାଇଥାଏ । ଏହାର ଅତ୍ୟଧିକ ସେବନ ହେତୁ ଆପଣଙ୍କୁ ହଜମ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ ।

ରୁଟିର ଅତ୍ୟଧିକ ସେବନ ହେତୁ ରକ୍ତରେ ଶର୍କରା ସ୍ତରରେ ସନ୍ତୁଳନ ରୁହେନି ।  ବାସ୍ତବରେ ଅଧିକାଂଶ ଲୋକ ଗହମରୁ ନିର୍ମିତ ରୁଟି ଖାଆନ୍ତି । ଗହମରେ କାର୍ବୋହାଇଡ୍ରେଟ୍ ମିଳିଥାଏ, ଯାହା ବିପି ବୃଦ୍ଧିର କାରଣ ସାଜିପାରେ । ତେଣୁ ଆପଣ ଗହମ ତିଆରି ଅଟାରୁ ଅଧିକ ରୁଟି ଖାଇବା ଉଚିତ୍ ନୁହେଁ । ସାଧାରଣତଃ କିଛି ଲୋକ ଭାବନ୍ତି ଯେ ଭାତ ଖାଇବା ଦ୍ୱାରା ଆମକୁ ଅଳସୁଆ ଲାଗେ ଏବଂ ରୁଟି ଖାଇଲେ ଶରୀର ଫୁର୍ତ୍ତି ରହେ , କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ । ଗହମ ରୁଟିରେ ଥିବା କାର୍ବୋହାଇଡ୍ରେଟ୍ ଥକ୍କାପଣ ବଢାଇବାରେ ସାହାଯ୍ୟ କରିଥାଏ । କାରଣ ଅଧିକ କାର୍ବୋହାଇଡ୍ରେଟ୍ ଯାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଅଳସୁଆ ଲାଗେ । ସେଥିପାଇଁ ଆବଶ୍ୟକତା ଅନୁଯାୟୀ ରୁଟି ଖାଇଲେ ଭଲ ।

Leave A Reply

Your email address will not be published.