Latest Odisha News

କୋଳରେ ବର୍ଷକର ଶିଶୁକୁ ଧରି ଭିଡ଼ ନିୟନ୍ତ୍ରଣ କଲେ ଆରପିଏଫ ଅଧିକାରୀ

ନୂଆଦିଲ୍ଲୀ: ୧୫ ଫେବୃଆରୀ ଶନିବାର। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଲୋକଙ୍କ ଭିଡ଼ ଜମିଥିଲା। ସିଡ଼ିରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଭିଡ଼ ଭିତରେ କୋଳାହଳ ରହିଥିଲା। ଟ୍ରେନ ଆସିବା ଆନାଉନ୍ସମେଣ୍ଟ ପରେ ପ୍ଲାଟଫର୍ମକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା।

ସମସ୍ତେ ଟ୍ରେନ୍ ଧରିବା ପାଇଁ ଦୌଡ଼ିବାକୁ ଲାଗିଲେ। କିଛି ସମୟ ମଧ୍ୟରେ, ବିଶୃଙ୍ଖଳା ଏତେ ତୀବ୍ର ହୋଇଗଲା ଯେ ଦଳାଚକଟାର ରୂପ ନେଲା। ଯାହା ପରେ ଦଳାଚକଟାରେ ୧୮ ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ସମୟରେ ଜଣେ କର୍ତ୍ତବ୍ଯନିଷ୍ଠ ଆରପିଏଫଙ୍କ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ଦେଖିଲେ ଭାବବିହ୍ୱଳ ହୋଇ ପଡିବେ। କାରଣ କାର୍ଯ୍ୟରତ ଆରପିଏଫ ମହିଳାଙ୍କ କୋଳରେ ଥିଲା ବର୍ଷକର କୁନି ଶିଶୁ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ରୀନାଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଏ ହେଉଛନ୍ତି ଆରପିଏଫ ଅଧିକାରୀ ରୀନା। ଡ୍ୟୁଟି ସମୟରେ ରେଳ ପ୍ଲାଟଫର୍ମରେ କୌଣସି ପ୍ରକାରର ଦଳାଚକଟାକୁ ରୋକିବା ପାଇଁ ରୀନା ଯାତ୍ରୀମାନଙ୍କୁ ସଚେତନ କରୁଛନ୍ତି। ନିଜ କର୍ତ୍ତବ୍ଯ କରିବା ସହ ସେ ନବଜାତ ଶିଶୁକୁ ଛାତିରେ ଧରି ଜଣେ ମାର ଦାୟିତ୍ୱ ତୁଲାଇବାକୁ ମଧ୍ଯ ପଛଘୁଞ୍ଚା ଦେଇନାହାନ୍ତି। ମମତାଠୁ ଡ୍ୟୁଟିକୁ ବଡ ବୋଲି ବୁଝିଥିବା ରୀନାକୁ ସଲାମ କରିଛନ୍ତି ଲୋକମାନେ।

ଶନିବାରେ ଦିଲ୍ଲୀରେ ଘଟିଥିବା ଦଳାଚକଟା ପରେ ଆଲର୍ଟରେ ରେଳବାଇ। କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ଆରପିଏଫ ଏବଂ ଦିଲ୍ଲୀ ପୋଲିସ ପ୍ରସ୍ତୁତ ଅଛନ୍ତି।

 

Comments are closed.