Latest Odisha News

BREAKING NEWS

ଦିଲ୍ଲୀରେ ମାସ୍କ ନପିନ୍ଧିଲେ ୨୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି କାୟା ମେଲାଇଛି କରୋନା । ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏମିକି ବିନା ମାସ୍କରେ ବାହାରେ ବୁଲିଲେ ମୋଟା ଅଙ୍କର ଫାଇନ୍ ଗଣିବେ । ଦୁଇ ହଜାର ଟଙ୍କା ଜରିମାନା ଆଦାୟ ହେବ । ପୂର୍ବରୁ ପାଞ୍ଚ ଶହ ଟଙ୍କା ଫାଇନ୍ ଆଦାୟ ହେଉଥିଲା ।

ଆଜିଠାରୁ ନୂଆ ନିୟମ ଲାଗୁ ହେଉଛି । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଘରୁ ପାଦ କାଢ଼ିଲେ ମୁହଁରେ ମାସ୍କ ରହିବା ଜରୁରୀ । ନହେଲେ ଜରିମାନା ଗଣିବେ ବୋଲି କହିଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ସବୁ ରାଜନୈତିକ ଦଳ ଓ ସାମାଜିକ କର୍ମୀଙ୍କୁ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ଅପିଲ କରିଛନ୍ତି ।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୭ ହଜାର ୫୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮ ଲୋକଙ୍କ ମୃତ୍ୟୁ ହୋଇଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୦ ହଜାର ୬୩୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୪ ଲକ୍ଷ ୫୯ ହଜାର ୩୬୮ ଆକ୍ରାନ୍ତ । ୮ ହଜାର ୪୧ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.