Latest Odisha News

BREAKING NEWS

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା

ବାରିପଦା: ପତ୍ନୀ ହନ୍ତା । ସ୍ତ୍ରୀକୁ କୁରାଢିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗାଁରେ । ମୃତକଙ୍କ ନାଁ ମଞ୍ଜଦୋରୀ ମହାନ୍ତ ।

ହତ୍ୟାକାମୀ ସ୍ୱାମୀ ଶିବପ୍ରସାଦ ମହାନ୍ତକୁ ଗିରଫ କରି ପଚରାଉଚୁରା କରୁଛି ମୋରଡ଼ା ଥାନା ପୋଲିସ । ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨ଟା ବେଳେ ନିଶାସକ୍ତ ଅବସ୍ଥାରେ ମାନସିକ ଭାରସାମ୍ୟ ହରାଇ ଶିବପ୍ରସାଦ ସ୍ତ୍ରୀଙ୍କୁ ଏକ କୁରାଢ଼ିରେ ହାଣି ପକାଇଥିଲା ।

ଶିବପ୍ରସାଦଙ୍କ ପୁଅ ପାଟିତୁଣ୍ଡ ଶୁଣି ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ ବାପା କୁରାଢ଼ିରେ ତାଙ୍କ ମାଆଙ୍କୁ ଆକ୍ରମଣ କରୁଥିଲେ । ପାଖ ପଡୋଶୀଙ୍କୁ ଡାକିଥିଲେ । ଘଟଣାସ୍ଥଳରେ ମଞ୍ଜଦୋରୀଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.