Latest Odisha News

BREAKING NEWS

ସ୍କୁଲରେ ଜଣେ ଛାତ୍ର, ଜଣେ ଶିକ୍ଷକ: ତଥାପି ନିୟମିତ ଚାଲିଛି ପାଠପଢା

ମୁମ୍ବାଇ: ସ୍କୁଲ ଅଛି । ବେଲ ବାଜୁଛି । ସାର ଆସୁଛନ୍ତି । ପ୍ରାର୍ଥନା ହେଉଛି । ପାଠ ପଢା ବି ହେଉଛି । ସ୍କୁଲ ନିୟମିତ ଚାଲିଛି ।  ହେଲେ ସ୍କୁଲରେ ପିଲାଙ୍କ ସଂଖ୍ୟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲରେ ଅଛନ୍ତି ମାତ୍ର ଜଣେ ଛାତ୍ର । ଜଣେ  ଛାତ୍ରଙ୍କୁ ନେଇ ଚାଲୁଛି ସ୍କୁଲ୍ ।  ଏମିତି ଏକ ସ୍କୁଲ ରହିଛି ମହାରାଷ୍ଟ୍ରର ୱାସିମ୍‌ ଜିଲ୍ଲାର ଗଣେଶପୁରରେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଗୋଟିଏ ପିଲା ବୋଲି ସାର କେବେ ପାଠପଢାରେ ଅବହେଳା କରନ୍ତିନି କି ପିଲା ବି କେବେ ପଠରେ ଠକେନି କି ମନ ଉଣା କରେନି ।

ୱାସିମ ଜିଲ୍ଳାର ସବୁଠାରୁ ଛୋଟ ଗାଁ ହେଉଛି ଗଣେଶପୁର। ଏହି ଗାଁର ଜନସଂଖ୍ୟା ପ୍ରାୟ ୧୫୦ରୁ ୨୦୦ । ଗ୍ରାମରେ ଥିବା  ଜିଲ୍ଲା ପରିଷଦ ପ୍ରାଥମିକ ସ୍କୁଲ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍କୁଲ୍‌ ହେଉଛି ଗାଁର ଏକମାତ୍ର ସ୍କୁଲ୍‌। ସ୍କୁଲ୍‌ରେ ପ୍ରଥମରୁ ୪ର୍ଥ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା୪ ବେଳେ ସ୍କୁଲ ମାତ୍ର ଜଣେ ଛାତ୍ରକୁ ନେଇ ଚାଲୁଛି । ଏହି ଛାତ୍ରକୁ ପଢ଼ାଇବା ପାଇଁ ସ୍କୁଲ୍‌ରେ ବି ଜଣେ ମାତ୍ର ଶିକ୍ଷକ ଅଛନ୍ତି।

କାର୍ତ୍ତିକ ନାମକ ଛାତ୍ର ଜଣକ ପ୍ରତ୍ୟକ ଦିନ ଠିକ ସମୟରେ ସ୍କୁଲ୍‌ ଆସିଥାନ୍ତି। ପ୍ରତିଦିନ ସ୍କୁଲ୍‌ ମଧ୍ୟ ଠିକ ସମୟରେ ଖୋଲିଥାଏ। କାର୍ତ୍ତିକ ତୃତୀୟ ଶ୍ରେଣୀରେ ପଡୁଥିବା ବେଳେ ତା’ ଶିକ୍ଷକ କିଶୋର ମାନକର ପ୍ରାୟ୧୨ କିଲୋମିଟର ଦୂରରୁ ଆସିଥାନ୍ତି। ପରେ ଉଭୟ ପ୍ରଥମେ ଜାତୀୟ ସଂଗୀତ ଗାଇ ପାଠ ପଢ଼ା ଆରମ୍ଭ କରିଥାନ୍ତି । କାର୍ତ୍ତିକଙ୍କର ପଢାରେ ଯେମିତି ମନ, ସାରଙ୍କର ବି ପଢାଇବାରେ ବେଶ ଆଗ୍ରହ ।

ଆଜିକାଲି ଅଧିକାଂଶ ଅବିଭାବକ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଚାହିଁ ନ ଥାନ୍ତି  । ଯାହା ଫଳରେ ଆଜି ସରକାରୀ ସ୍କୁଲର ଏପରି ଅବସ୍ଥା ହୋଇଛି ।

Leave A Reply

Your email address will not be published.