Latest Odisha News

BREAKING NEWS

ଗ୍ରାମୀଣ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ : ସୁନ୍ଦରଗଡ଼ରେ ୫୦୦ରୁ ଅଧିକ ଯୁବ କ୍ରୀଡ଼ାବିତ୍ ସାମିଲ

ସୁନ୍ଦରଗଡ଼: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍) ଅଧୀନରେ ଟ୍ରଷ୍ଟ ଅଫ୍ ପିପୁଲ୍ (ଟିଓପି)ର ସହଯୋଗରେ ପରିଚାଳିତ ‘ଗ୍ରାମୀଣ କ୍ରୀଡ଼ା ବିକାଶ କାର‌୍ୟ୍ୟକ୍ରମ’ ବର୍ଷକ ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସୁନ୍ଦରଗଡ଼ ଜିଲ୍ଲାର ୪୦ଟି ଗ୍ରାମରୁ ୫୦୦ରୁ ଅଧିକ ଯୁବ କ୍ରୀଡ଼ାବିତ୍‌ଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ଅନେକ ଜଣ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ସୁନ୍ଦରଗଡ଼ ପାଇଁ ଗୌରବ ଆଣିଛନ୍ତି ।

ଅଗଷ୍ଟ ୨୦୨୫ରେ ଆରମ୍ଭ ହୋଇଥିବା ଏହି କାର‌୍ୟ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ପ୍ରତିଭାବାନ ଯୁବ କ୍ରୀଡ଼ାବିତ୍‌ଙ୍କୁ ଚିହ୍ନଟ କରି ଫୁଟବଲ୍, ଆଥଲେଟିକ୍ସ ଓ ଖୋ-ଖୋ କ୍ଷେତ୍ରରେ ବୃତ୍ତିଗତ ପ୍ରଶିକ୍ଷଣ ଓ ଆବଶ୍ୟକ ସହାୟତା ପ୍ରଦାନ କରିବା । ବର୍ତ୍ତମାନ ପର‌୍ୟ୍ୟାୟରେ ୪୦୦ ଜଣ କ୍ରୀଡ଼ାବିତ୍‌ଙ୍କୁ ସାମିଲ କରିବାର ଲକ୍ଷ୍ୟ ରହିଥିବା ବେଳେ, ଏପର‌୍ୟ୍ୟନ୍ତ ୫୦୨ ଜଣ ପଞ୍ଜୀକୃତ ହୋଇ ସାରିଛନ୍ତି । ଏଥିମଧ୍ୟରେ ୪୦ ପ୍ରତିଶତରୁ ଅଧିକ ଝିଅ ଅଂଶଗ୍ରହଣ ରହିଛି । ଏହି ପଦକ୍ଷେପ ମାଧ୍ୟମରେ ପ୍ରତିଭାବାନ କ୍ରୀଡ଼ାବିତ୍‌ମାନଙ୍କୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା ସହ କ୍ରୀଡ଼ା ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ କ୍ରୀଡ଼ା କୋଟାରେ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।

 ଏହି ଅଭିଯାନରେ ପ୍ରଶିକ୍ଷଣ ପାଇଥିବା କ୍ରୀଡ଼ାବିତ୍‌ମାନେ ବିଭିନ୍ନ ପ୍ରତିଯୋଗିତାରେ ଚମତ୍କାର ସଫଳତା ହାସଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ରଫିରେ ପ୍ରକଳ୍ପର ବାଳିକା ଫୁଟବଲ୍ ଦଳ ଜୋନାଲ୍ ଚାମ୍ପିଅନ୍ ହେବା ସହ ଇଣ୍ଟର-ଜୋନାଲ୍ ପ୍ରତିଯୋଗିତାରେ ରନର୍ସ-ଅପ୍ ହୋଇଥିଲା । ଏହି ଦଳର ଅନେକ ଖେଳାଳି ସୁନ୍ଦରଗଡ଼ ଜିଲ୍ଲା ଦଳରେ ସ୍ଥାନ ପାଇଛନ୍ତି । ଆଥଲେଟିକ୍ସରେ ପ୍ରଶିକ୍ଷାର୍ଥୀମାନେ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କରି ମଧ୍ୟମ ଦୂରତା ଦୌଡ଼ ଓ ହାଇ ଜମ୍ପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।

ସେହିପରି ଏହି ଅଭିଯାନର ଖୋ-ଖୋ ଦଳ ଓଡ଼ିଶା ଖୋ-ଖୋ ଲିଗ୍‌ରେ ଦ୍ୱିତୀୟ ସ୍ଥାନ ହାସଲ କରିବା ସହ ହାଇ ପରଫର୍ମାନ୍ସ ସେଣ୍ଟର  ଟ୍ରାଏଲ୍‌ରେ ଅଂଶଗ୍ରହଣ କରିଛନ୍ତି । ଜଣେ ପ୍ରଶିକ୍ଷାର୍ଥୀ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ସ୍କୁଲ୍ ଗେମ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଝଏୠଓ) ଅଣ୍ଡର-୧୭ ଜାତୀୟ ଚାମ୍ପିଅନସିପ୍ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବାବେଳେ, ଅନ୍ୟ ଜଣେ ପ୍ରଶିକ୍ଷାର୍ଥୀ ମୁଖ୍ୟମନ୍ତ୍ରୀ ଟ୍ରଫି ରାଜ୍ୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏହି ଅବସରରେ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ସିଏସ୍‌ଆର୍ ପଦକ୍ଷେପ ମାଧ୍ୟମରେ ଯୁବ ପ୍ରତିଭାଙ୍କୁ ସଶକ୍ତ କରିବା ଓ ସମାଜକୁ ଅଧିକ ସୁଦୃଢ଼ କରିବା ଆମର ଲକ୍ଷ୍ୟ ।

Leave A Reply

Your email address will not be published.