Latest Odisha News

BREAKING NEWS

ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କାଚା ବାଦାମ୍ ଫେମ୍ ସିଙ୍ଗର୍ ଭୁବନ ବାଦ୍ୟକର

ଭୁବନେଶ୍ୱର: ଶଯ୍ୟାଶାୟୀ ସୋସିଆଲ୍ ମିଡିଆ ସେନ୍ସେସନ୍ ତଥା କାଚା ବାଦାମ୍ ଫେମ୍ ସିଙ୍ଗର୍ ଭୁବନ ବାଦ୍ୟକର୍ । ଗତ ସୋମବାର ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତାଜା ସୂଚନା ଅନୁଯାୟୀ ତାଙ୍କ ଛାତିରେ ଆଘାତ ଲାଗିଥିବା ଜଣାପଡିଛି ।

ଗତକାଲି ନୂଆ କିଣିଥିବା କାର ଚଳାଇ ଯାଉଥିବା ସମୟରେ ଭୁବନ ବାଦ୍ୟକର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣାରେ ଭୁବନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସୁରି ସୁପର୍ ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦେଖଣାହାରୀଙ୍କ ଅନୁଯାୟୀ କାର ଚଳାଇବା ଶିଖୁଥିବା ଅବସ୍ଥାରେ ଭୁବନ ଦୁର୍ଘଟଣାର ଶିକାର ହୋଇଥିଲେ ।

ପଶ୍ଚିମବଙ୍ଗ ବିରଭୂମ ଜିଲ୍ଲାର କୁରାଲିଜୁରି ଗାଁର ଭୁବନ ନିଜ କାଚା ବାଦାମ୍ ଗୀତ ପାଇଁ ରାତାରାତି ଭାଇରାଲ୍ ହୋଇଥିଲେ । ଏକତାରା ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମେ ଭୁବନଙ୍କ ଗୀତ ଅପଲୋଡ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ପ୍ରାୟ ୫୦ ମିଲିଅନ୍ ଭ୍ୟୁ ହାସଲ କରିଥିଲା ।

ସେଲିବ୍ରିଟିର ଟ୍ୟାଗ୍ ଲାଇନ୍ ପାଇବା ପରେ ଭୁବନ ଆଉ ଘରକୁଘର ବୁଲି ବାଦାମ୍ ବିକ୍ରୟ କରୁନାହାନ୍ତି । ବରଂ ନିମନ୍ତ୍ରଣ ପାଇଁ କନସର୍ଟ ଗୁଡିକରେ ପରଫର୍ମ କରି ବେଶ ଦୁଇପଇସା ରୋଜଗାର କରିପାରୁଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଆଲବମ୍ ରିଲିଜ୍ ହୋଇଥିଲାବେଳେ ସେ ବାବଦକୁ ସେ ୩ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହାସଲ କରିଥିଲେ ।

Comments are closed, but trackbacks and pingbacks are open.