Latest Odisha News

BREAKING NEWS

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା: ଏୟାରପୋର୍ଟରେ ମିସାଇଲ ଆକ୍ରମଣ

ଭୁବନେଶ୍ୱର: ୟୁକ୍ରେନ ଆକ୍ରମଣ । ଏବେ ଖାଲି ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ୟୁକ୍ରେନ ଭିରତକୁ ଧସେଇ ପଶିଛି ଋଷ ସେନା । ୟୁକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଏହା ମଧ୍ୟରେ ଫ୍ରାଙ୍କକ୍ୱିସ୍କ ଏୟାରପୋର୍ଟରେ ମିସାଇଲ ଆକ୍ରମଣ କରିଛି ଋଷ । ଫଳରେ ସମସ୍ତ ଗରୁତ୍ୱପୂର୍ଣ୍ଣ ସ୍ଥାନରୁ ୟୁକ୍ରେନ ସେନା ପଛକୁ ହଟିଥିବା ଋଷ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।

ୟୁକ୍ରେନର ଏକାଧିକ ସ୍ଥାନରେ ଋଷ କ୍ଷରୁ ରକେଟ ମାଡ ସହ ମିସାଇଲ ଆକ୍ରମଣ ହୋଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୂଚନା ମୁତାବକ, ଏକ ଆପାର୍ଟମେଣ୍ଟରେ ରକେଟ ମାଡ ହେବାରୁ ଏଠାରେ ରହୁଥିବା ୭ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ୟୁକ୍ରେନର ରାସ୍ତା ଗୁଡିକ ଜାମ ରହିଥିବା ଦେଖିବାକୁ ମିଳୁଥିବାବେଳେ , ଲୋକେ ସୁରକ୍ଷା ପାଇଁ ଘର ଛାଡି ପଳାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

Comments are closed, but trackbacks and pingbacks are open.