Latest Odisha News

BREAKING NEWS

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ସାରା ରାଜ୍ୟରେ ଡେଙ୍ଗୁର ପ୍ରକୋପ ଅତି ଭୟଙ୍କର ଅବସ୍ଥାରେ ରହିଛି  । ଭୁବନେଶ୍ବରରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ  । ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବିଏମସି ପକ୍ଷରୁ ଡେଙ୍ଗୁ ରୋକିବାକୁ ପ୍ରୟାସ ଜାରି ରହିଛି  । ତଥାପି ଲୋକେ ଡେଙ୍ଗୁ କବଳର ଶିକାର ହେଉଛନ୍ତି  ।

ଏହାରି ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି  । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି  । ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସେପଟେ ବିଡିଏ ଭାଇସ୍ ଚେୟାରମ୍ୟାନ ବଲଓ୍ବନ୍ତ ସିଂ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

Leave A Reply

Your email address will not be published.