କରାଚୀ: ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୦୭ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ର୍ୟାନ ରିକେଲଟନଙ୍କ ଆକର୍ଷଣୀୟ ଶତକ ସହାୟତାରେ ୬ ୱିକେଟ ବିନିମୟରେ ୩୧୫ ରନ ସଂଗ୍ରହ କରିଥିଲେ । ରିକେଲଟନ ୧୦୩ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟେମ୍ବା ବାଭୁମା ୫୮, ରୋସି ଭାନ ଡେର ଡୁ ସାନ ୫୨, ଆଇଡେନ ମାର୍କରାମ ୫୨ ରନ କରିଥିଲେ । ଜବାବରେ ୩୧୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୪୩.୩ ଓଭରରେ ୨୦୮ ରନ କରି ଆଫଗାନିସ୍ତାନ ଅଲଆଉଟ ହୋଇ ଯାଇଥିଲା ।
ରହେମାତ ଶାହ ୯୦ ରନ କରି ଏକାକୀ ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରି ନ ଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । କାଗିସୋ ରାବାଡା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଲୁଙ୍ଗି ନିଗଡି ଓ ୱିଆନ ମୁଲଡର ୨ଟି ୱିକେଟ ଅକ୍ତିଆର କରିଥିଲେ । ଆକର୍ଷଣୀୟ ପ୍ରଦର୍ଶନ ପାଇଁ ରିକେଲଟନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
Comments are closed.