ଅନସୂୟା ପଣ୍ଡା
ତତେ ବହୁତ କିଛି ଜାଣିବାର ଅଛି,
ତୁ ଯେମିତି ଜାଣୁ,
ଯେମିତି ବୁଝୁ,
ଏ ସବୁ ଯାହା ଚାଲିଛି,
ତାହା ସେମିତି ନୁହେଁ l
କେଉଁଠି କଷ୍ଟ ହେଲେବି ମୁହଁରେ କୃତ୍ରିମ ହସ ଫୁଟlଇ ବାକୁ ପଡିବ,
କେଉଁଠି ହସ ଲାଗିଲେ ବି ଗମ୍ଭୀର୍ଯ୍ୟର ଚାହାଣି,
ଏ ସବୁ ସାମନା ଵାଲାକୁ କାବୁ କରିବାର ପ୍ରୟାସ ମାତ୍ର l
ସବୁ କିନ୍ତୁ ତୋ ଉପରେ ନିର୍ଭର କରେ,
କାହାକୁ ତୁ କେମିତି ନେବୁ l
କେହି ତୋର ନିଜର ନୁହଁନ୍ତି,
ନାଟକର ଆରମ୍ଭରୁ ଶେଷ ଯାଏ ସମସ୍ତେ,
ମୁଁ ସୁଖୀ ମୁଁ ସୁଖୀର ନଗରl ପିଟନ୍ତି l
କେବେହେଲେ ତୋ ଭିତର ଓ ବାହାର ଦୁନିଆ
ଭିତରେ ଥିବା ପରଦାଟାକୁ ଏପଟ ସେପଟ କରିବୁନି,
କାରଣ ଓଢଣା ତଳୁ ମୁହଁ ସବୁବେଳେ ଖୁବ ସୁନ୍ଦର ଦିଶେ l
ସୁଖ ! ଏକ ଦୁର୍ବୋଧ ଶବ୍ଦ ସେମାନଙ୍କ ପାଇଁ,
ନିଜକୁ ସୁଖୀ ବୋଲି କହିବାରେ କଣ ଅଛି?
ତୁ, ସବୁ ଦେଖୁଥିବୁ, ଶୁଣୁଥିବୁ, ବୁଝୁଥିବୁ,
ଯେ ଯେମିତି ତାକୁ ସେମିତି ଗ୍ରହଣ କରିବୁ l
ପାଦେ ପାଦେ ଏଠି ପରୀକ୍ଷା,
କାଚ ଘରେ ରହି କିଏ କଣ କାହାକୁ ଟେକା ମାରେ?
ପ୍ରଥମେ ନିଜେ ନିଜକୁ ବୁଝ,
ନିଜର କଣ ଦରକାର ତାର ଚିଠା କର,
ଯାହା ତୋର, ତୁ ଯାହା ପାଇଁ ଯୋଗ୍ୟ,
ତୋତେ ତାହା ଅବଶ୍ୟ ମିଳିବ,
ହେଲେ ତୋ ହକ ହାସଲ ପାଇଁ କେବେବି ଭୁଲନା,
ସମୟର ତିକ୍ତ କଷଟିରେ ଘସିହୋଇ,
ଦୁନିଆର କଠୋର ପଦାଘାତ ରେ,
ନିଜର ଅସ୍ତିତ୍ୱ ହିଁ ହରାଇବୁ l
ଥରକୁ ଥର ଆଘାତ ପାଇବି,
ଆଗକୁ ଯିବାର ଶକ୍ତି ସଂଚୟ କର,
କେବେବି ଗ୍ରହଣ କରି ନିଅନା ଯେ ତୁ ସୁଖୀ ନୁହେଁ l
ସୁଖୀ ହେବାକୁ,
ନିଜକୁ ଏତେ ବିଭକ୍ତ କରିଦିଅ ଯେ,
ଦୁଃଖ, ଅସହାୟତାର ଅଣୁ ବି ପ୍ରବେଶ କରି ପାରିବନି,
ବାସ ସବୁ ସମୟ ଉପରେ ତୁ ହିଁ ରାଜୁତି କରୁଥିବୁ l
କାର୍ଡଗୁଡି, ବାଙ୍ଗାଲୋର,
Comments are closed.