ଗଦାଧର ସାହୁ
କେନ୍ଦରାର ସ୍ଵରେ ବନ୍ଧା
ସଂସାର କରୁଣ ସ୍ଵର
ନାଥପୁଅ ଗାଇ ଗାଇ ବୁଲୁଥାଏ
ନିତିଦିନ ପ୍ରତି ଦାଣ୍ଡଦ୍ଵାର ।
ଜୀବନର ଶେଷକଥା
ଆରମ୍ଭ କାହାଣୀ….
ଗାଇ ଗାଇ ସରେ ନାହିଁ
ବେଳ ଯାଏ ଗଡି ।
ଜନ୍ମ ମୃତ୍ୟୁ ମଧ୍ୟେ ଥାଏ ଯେତେକ ଯନ୍ତ୍ରଣା
ମାତା ପୁତ୍ର, ପତି-ପତ୍ନୀ ବିରହ ବେଦନା
କେନ୍ଦରାର ସ୍ଵରେ ବନ୍ଧା
ଏ ସଂସାର ଯେତେକ ଯାତନା ।
ବାଜୁଛି ସେ କେଉଁକାଳୁ
ବାଜୁଥିବ ଆହୁରି
ଏ ସଂସାର ସାଗରରୁ
ଯନ୍ତ୍ରଣା ଯେବେ ସରିବ
ସ୍ଵର ତା’ର ନିରବିବ
ଶାନ୍ତି ନିଦ୍ରା ଆବୋରି !
ପୁରୀ,
ମୋ: ୭୨୦୫୪୦୧୨୧୩
Comments are closed.