Latest Odisha News

BREAKING NEWS

କବିତା: କାଳିଆ ସାଆନ୍ତ

କୁଞ୍ଜବିହାରୀ ସାହୁ

ଦେଖ ଦେଖ ଦେଖ ଭାଇ କାଳିଆ ସାଆନ୍ତ
ଦେଉଳରେ ବସିଅଛି ଖିଲିଖିଲି ହସୁଅଛି
ନାହିଁ ତା ହାତ
ଦେଖ ଦେଖ ଦେଖ ଭାଇ…..(୦)

ପାଖେ ତାର ବଡ ଭାଇ
ଭକତକୁ ରହେ ଚାହିଁ
ଭଉଣୀଟି ଗେହ୍ଲା ପୁଣି
ଭକତର ମନ କିଣି
ଆଜି ଏହି କାର୍ତ୍ତିକରେ ସଭିଙ୍କୁ ସେ ଡାକୁଛିରେ
ଆସ ଝଅଟ…. (୧)

ଦେଖ ଦେଖ ଦେଖ…….
ନାଗାର୍ଜୁନ ବେଶ ହୋଇ
ଭକତକୁ ଦେଖା ଦେଇ
କହୁଛି ସେ ଆସ ଆସ
ମୋ ପାଖେ ଟିକେ ବସ
ହସିଦେଲେ ଖୁସି ହେବି ତୁମ କଥା ଶୁଣୁଥିବି
କଥାଟି ସତ…(୨)

ଦେଖ ଦେଖ ଦେଖ…..
କରୋନାକୁ ଡରିବନି
କିଛି ସିଏ କରିବନି
ମନଯୋଗ ଦେଇ ଡାକ
ଭୁଲିଯିବ ସବୁ ଦୁଃଖ
ପୂଣ୍ୟ ଏହି କାର୍ତ୍ତିକରେ ପୂଜା କର ଆନନ୍ଦରେ
ହୋଇବ ପ୍ରୀତ… (୩)
ଦେଖ ଦେଖ ଦେଖ ଭାଇ…

Comments are closed.