Latest Odisha News

BREAKING NEWS

କବିତା : ଶୂନ୍ୟ ହାତ

ମନୋଜ ମିଶ୍ର 

ତତେ ଦେଖିନି..
ତୁ କାଳେ
ଖୁବ ଭଲ
ଶବ୍ଦ ଯୋଡୁ
ମୂର୍ତ୍ତି ଗଢୁ
ଜୀବନ୍ତ ଜୀବନ୍ତ,
ଆଙ୍କି ଦେଲୁ ଚିତ୍ର
ଖୁବ ନିଚ୍ଛକ
ଯେମିତି
ରକ୍ତ ଠୁଁ ଭାତ..!

ତୁ ବି ଅଦେଖା..
ଖେପିଗଲୁ
ପିଣ୍ଢା ରୁ ପିଣ୍ଢା
ଅଣ୍ଟିଖୋଲି
ମୁହେଁ ତାଙ୍କ
ବୋଳି ଦେଲୁ
ତୋ ଘାଟ
ମଶାଣି ପାଉଁଶ,
ଶୋଷି ନେଲୁ
ବଳକା ଆୟୁଷ,
କଙ୍କାଳରେ
ଆଙ୍କିଦେଲୁ
କୋଟିକମ କ୍ଷତ,

ଏବେ ଦାଣ୍ତେ ମୋର
ଗଡୁଛନ୍ତି
ଚିହ୍ନା ଚିହ୍ନା ଭୂତ..!!

 

ହାବିଟାଟ ୱାର୍ଲଡ଼
ଇଣ୍ଡିଆ ହାବିଟାଟ ୱାର୍ଲଡ଼
ଲୋଧି ରୋଡ, ନୂଆଦିଲ୍ଲୀ

Comments are closed.