Latest Odisha News

କବିତା: ଗୋଧୂଳି ଲଗନେ

ରାଧାମୋହନ ପାଣିଗ୍ରାହୀ

ଗୋଧୂଳି ଲଗନେ ମନ ଉପବନେ
ତୁମରି ଭାବନା ଯେବେ ଆସେ
ଉଲ୍ଲସିତ ହୃଦ କଳା ମେଘ ସମ
ପ୍ରେମେ ପୁଲକିତ ହୋଇ ଭାଷେ।

ତୁମେ ସଖି ଯେବେ ବେଶି ମନେ ପଡ
ହଜିଯାଏ ଚକ୍ଷୁ ସବୁ ସ୍ବପ୍ନ
ହୃଦୟ ଝରକା ଖୋଲେ ନିରନ୍ତର
ତୁମ କଥା ଭାବି ହୋଇ ମଗ୍ନ।

ତୁମ ଭାବନାରେ ନିତି ପୁଲକିତ
ହେଉଥାଏ ଏଇ ମୋର ମନ
ନିଦ ହଜିଯାଏ ମୋ ଦୁଇ ଆଖିର
ତୁମ କଥା ଭାବି ସବୁଦିନ।

ପ୍ରଜାପତି ସମ ପ୍ରୀତିମଧୁ ଲୋଭେ
ଯେବେ ତୁମ ପାଶେ ବୁଲୁଥାଏ
ହୋଇଣ ହରଷ ତୁମରି ଛୁଆଁରେ
ମନେ ଶିହରଣ ଖେଳିଯାଏ।

ଆନନ୍ଦିତ ମନେ ଖୁସିର ଲହରୀ
ତୁମ ଉପସ୍ଥିତେ ଖେଳିଉଠେ
ହୋଇଣ ବିଭୋର ତୁମରି ପଣରେ
ସଦା ହୃଦ ମୋର ନାଚିଉଠେ।

ଗ୍ରାମ-ପଦ୍ମପୁର,ଜିଲ୍ଲା-ରାୟଗଡ଼।

Comments are closed.