ସମ୍ବିତ୍ ମିଶ୍ର
ଅଜଣା ପଥରେ ଚାଲୁଅଛି ମୁହିଁ
ମିଳୁନାହିଁ ଲକ୍ଷସ୍ଥଳ,
ମରୀଚିକା ଏଠି କର୍ମପଥ ମୋର
ଖୋଜୁଛି ଗନ୍ତବ୍ୟ ସ୍ଥଳ ।
ବାଧାବିଘ୍ନ କେତେ ଚଲାପଥେ ମୋର
ଆସୁଛି ଲହଡି ନେଇ,
ଝୁଣ୍ଟି ପଡି ଉଠି ପୁଣି ଚାଲୁଥାଏ
ଜୀବନ ପଥଟି ଏଇ ।
ବାଟର କି ଦୋଷ ଚାଲି ନ ଶିଖିଲେ
ଚାଲିବା ନୁହେଁ ସହଜ,
ଚାଲୁଥିଲେ ଖାଲି ଚାଲୁଥିବୁ ଏଠି
କରିବୁ କେବେ ମଉଜ।
ଅଙ୍କାବଙ୍କା ଏଇ ଜୀବନ ପଥରେ
କେତେ ଯେ ଆସୁଛି ମୋଡ,
ନିରାଶ ନ ହୋଇ ଆଗକୁ ବଢୁଛି
ଆଶା ମୋ ବହୁତ ବଡ ।
ଉଚ୍ଚା ଖାଲ ଭରା ଏ କର୍ମ ପଥଟି
ରୋକି ଦେଉଛି ମୋ ଗତି,
ଚାଲିବାକୁ ଅଛି ବହୁ ଦୂର ଯାଏଁ
ଅଟକିବି ମୁଁ କେମିତି ?
ଦିନ ପରେ ଦିନ ଗଡି ଚାଲୁଥାଏ
ହିସାବ ନାହିଁ ତାହାର,
ସମୟର ତାଳେ ଚାଲିବାକୁ ହେବ
ଜୀବନ ପଥରେ ମୋର ।
Comments are closed.