ସୁଷମା ପରିଜା
ବେଳେ ବେଳେ କିଛି କଥା, କିଛି ଶବ୍ଦ,
ତୀକ୍ଷ୍ଣ ଧାରଥିବା ଛୁରୀଟିଏ ହୋଇ
ଟିକ୍ ଟିକ୍ କରି କାଟି ପକାନ୍ତି
ଛାତି ଭିତର ର କଲିଜା ଟାକୁ,
ଯନ୍ତ୍ରଣାକ୍ଳିଷ୍ଟ ହୃଦୟରୁ ନିଗିଡି ଆସୁଥିବା
ଲହୁ ସବୁ ଲୁହ ହୋଇ ବୋହି ଯିବା ଲାଗି ଆସି
ଅଧା ବାଟରୁ ଲେଉଟି ଯାଆନ୍ତି ଆଖିପତା ପାଖରୁ,
କାହିଁକି ନା, ସେଠି ସାମାଜିକ ସଂଭ୍ରମ ର
ଚାବୁକ ଟିଏ ଧରି ବାଟ ଓଗାଳି
ଠିଆ ହୋଇଥାଏ ବିବେକ ।।
ଲୁହ ମାନେ ବାଷ୍ପ ହୋଇ ରୁନ୍ଧି ପକାନ୍ତି,
କୋହରେ ଉବୁଟୁବୁ ହେଉଥିବା ଗଳାକୁ,
ଆକ୍ତା ମାକ୍ତା ହୋଇ ଯାଏ ପାର୍ଥିବ ପ୍ରାଣ ,
ଆଃ, ଖୁବ୍ ଯନ୍ତ୍ରଣା ଦାୟକ
ଏଇ ତ୍ରିଶଙ୍କୁ ଅବସ୍ଥା,
ନା କହିହୁଏ, ନା ସହିହୁଏ,
ନା ଜୀଇଁ ହୁଏ, ନା’ ମରିହୁଏ,
କେଜାଣି କେମିତି ଏକ ସ୍ଥାବରପଣ
ଗ୍ରାସ କରିଯାଏ ସମଗ୍ର ସତ୍ତାକୁ ।।
ଶ୍ରୁତି ପଟଳରେ ବାର ବାର
ଅନୁରଣିତ ହେଉଥାନ୍ତି ଶବ୍ଦ ମାନେ
ମୁନିଆଁ କଣ୍ଟା ଭଳି ଫୁଟି ଯାଇ
ଅସହ୍ୟ ଆଘାତ ଦେଉଥାଆନ୍ତି,
ଆଃ, ଏମିତି ହସ ନାଇଁ , ଏମିତି ବସ ନାଇଁ,
ଏମିତି କଥା କୁହ ନାଇଁ, ଏମିତି ଚଳିବି,
ଇତ୍ୟାଦି ଇତ୍ୟାଦି କଟକଣା ସବୁ
ଅହରହ କ୍ଷତ ବିକ୍ଷତ କରୁଥାନ୍ତି,
ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି
ମୁହଁ ରେ ମିଛି ମିଛିକା ହସ ମାଖିବାକୁ ପଡେ,
ଏତିକି ବି କହି ହୁଏ ନାଇଁ ଯେ,
“ଆରେ ବାବା ! ଆରେ ଧନ !
ଯଦି ଆମେ ନିଜ ଇଚ୍ଛା ମୁତାବକ ବଞ୍ଚି ପାରିବୁନି,
ତେବେ ଆମ ଇଚ୍ଛା ମୁତାବକ ମରିବାକୁ ତ’ ଦିଅ ,
ଖୁବ୍ ଅସହ୍ୟ ହେଉଛି ଏଇ ତ୍ରିଶଙ୍କୁ ଜୀବନ” ।।
BREAKING NEWS
- ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍, ୨ ଗୁରୁତରଙ୍କୁ କରାଗଲା ଏୟାରଲିଫ୍ଟ
- Nitin Nabin Odisha Visit : ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ
- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ‘ସରପଞ୍ଚ ପାଇଁ କେବଳ ସ୍ୱାକ୍ଷର ଯଥେଷ୍ଟ ନୁହେଁ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ’
- IND vs NZ: ଟିମ୍ ଇଣ୍ଡିଆରୁ ବାହାରିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…
- First Jyotirlinga’s Unique Grandeur: ସୋମନାଥ ଜ୍ୟୋତିର୍ଲିଙ୍ଗର ଜଲାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି ବିଶ୍ୱରେ ସବୁଠାରୁ ସ୍ୱତନ୍ତ୍ର ଏହି ମନ୍ଦିର…
- Water Tanks and Sprinklers in Sleeper Coach: ଯାତ୍ରୀ ସୁରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ, ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଏବଂ ସ୍ପ୍ରିଙ୍କଲର ବ୍ୟବହାର ବାଧ୍ୟତାମୂଳକ
- Puri Temple: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ; ପୁଣି ଆନନ୍ଦ ବଜାର ଫଟୋ ଭାଇରାଲ…
- Viral Anchor Yesha Sagar: ଭାଇରାଲ୍ ଆଙ୍କର ୟେଶା ସାଗର କିଏ?, WPL 2026ରେ ଖେଳାଇଲେ ନିଜର ସୁନ୍ଦରତାର ଯାଦୁ…
- OJEE Exam: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୬ ପାଇଁ ଚଳିତ ୨୭ରୁ ଆବେଦନ
- Grok AI Concerns: ଭୁଲ୍ ସ୍ବୀକାର କଲା X, ଗ୍ରୋକ୍ ଏଆଇ ବିରୋଧରେ ନେଲା ବଡ଼ ଆକ୍ସନ, ଡିଲିଟ କଲା ଆକାଉଣ୍ଟ୍…
Comments are closed.