ଗପ : ଆଜିବି ଅପେକ୍ଷା ତୁମର

ଦେବବ୍ରତ ବାରିକ

ସେଦିନ ଥାଏ ସୋମବାର ସନ୍ଧ୍ୟା ୭ଟା ଆଦିତ୍ୟ ତାର କିଛି ସାଙ୍ଗ ମାନଙ୍କ ସହ ଘରକୁ ଆସୁଥାଏ। ଚାଲୁ ଚାଲୁ କିଛି ବାଟ ଗଲା ପରେ ସେମାନେ ମନ୍ଦିର ପାଖରେ ଥିବା ଏକ ମଣ୍ଡପ ପାଖରେ ବସିଲେ।

ଆଦିତ୍ୟ ଦେଖିବାକୁ ବହୁତ ସୁନ୍ଦର ଆଉ ଶାନ୍ତ ଥିଲା ଖୁବ ଶୀଘ୍ର ସମସ୍ତ ଙ୍କ ସହ ମିଶିଯାଏ। ସେ ତା ସାଙ୍ଗ ମାନଙ୍କ ସହ କଥା ହଉ ହଉ ହଟାତ ତାର ନଜର ପଡିଲା ଏକ ସୁନ୍ଦରୀ ଝିଅ ଟିଏ ଉପରେ। ତାକୁ ଦେଖି ତା ପାଖରୁ ଯେତେ ଆଖି ଫେରେଇବାକୁ ଚାହୁଁ ଥାଏ ଆଉ ଫେରେଇ ପାରୁ ନଥିଲା କାରଣ ସେ ଝିଅ ବି
ଦେଖିବାକୁ ବହୁତ ସୁନ୍ଦର ଥିଲା। ସେ ଦେଖିବାକୁ ପାଇଲା ଝିଅଟି ମନ ଦୁଃଖରେ ବସିଛି ଆଉ ବହୁତ
କାନ୍ଦୁଛି। ତାର କଣ ହେଇଚି ବୁଝିବାକୁ ସେ ତା ସାଙ୍ଗ ମାନଙ୍କ ପାଖରୁ ଯାଇ ସେ ଝିଅ ପାଖରେ ବସିଲା। ଆଉ ତାକୁ ପଚାରିଲା ତୁମେ କିଏ ? ତୁମ ନାମ କଣ ? ଝିଅଟି ଆଦିତ୍ୟ ର କିଛି ପ୍ରଶ୍ନର ଉତ୍ତର ନଦେଇ ଚୁପ ଚାପ ବସି କାନ୍ଦିବାକୁ ଲାଗିଲା। ଆଦିତ୍ୟ ପୁନର୍ବାର ପଚାରିଲା ଏବଂ କହିଲା ଦେଖ ତୁମେ ମୋତେ ଅଜଣା ଅଚି଼ହ୍ନା ଭାବନି ତୁମେ ଏମିତି କାନ୍ଦିଲେ ଲୋକ ମାନେ କଣ ନା କଣ ଭାବି ବସିବେ। ତୁମେ ମୋତେ ଜଣେ
ଭଲ ସାଙ୍ଗ ଭାବି କୁହ ତୁମର କଣ ହେଇଛି ଏତିକି କହି ତା ପାଖରେ ଥିବା ପାଣି ବୋତଲ କୁ ଦେଇ କହିଲା ନିଅ ପାନି ଟିକେ ପି ଦିଅ। ଆଦିତ୍ୟ ର କଥା ଶୁଣି ଝିଅଟି ମନ ରେ ସାହସ ହେଲା ସେ ପାଣି ପି ଆଦିତ୍ୟ ସହ କଥା ହେଲା। ଆଉ କହିଲା ମୋ ନାମ ରେଖା। ମୁଁ ଏଇ ପାଖ ଗାଁ ରେ ରହେ।

ଏମିତି କିଛି କଥା ହଉ ହଉ ଆଦିତ୍ୟ ତା ଅଜାଣତରେ କେତେବେଳେ ଯେ ରେଖାକୁ ଭଲ ପାଇଥିଲା ନିଜେ ବି ଜାଣିନଥିଲା। ଠିକ ସେତେବେଳେ ଆଦିତ୍ୟ ର ସାଙ୍ଗ ରାକେଶ ଆଦିତ୍ୟ ପାଖକୁ ଆସି ତାକୁ ଘରକୁ ଯିବାକୁ କହିଲା। ଆଦିତ୍ୟ ରାକେଶକୁ ଅନେଇ ହଁ.. ହଁ ମୁଁ ଆସୁଛି ତୁ ଅପେକ୍ଷା କର ଏମିତି କହି ରେଖା ଆଡକୁ ମୁହଁ କରି ଦେଖେତ ରେଖା ଆଉ ସେଠି ନାଇଁ ସେ ପଳେଇଥାଏ। ଏହା ଦେଖି ଆଦିତ୍ୟ ଆଶ୍ଚର୍ଯ୍ୟ ହେଇଗଲା ଆଉ ଭାବିଲା ଏଇଠି ତ ଥିଲେ କୁଆଡେ ଗଲେ ? ଏପଟେ ଆଦିତ୍ୟ ଆସିବାର ଡେରି ଦେଖି ରାକେଶ ଯାଇ ପୁଣି କହିଲା ତୁ ଏଠି କଣ କରୁଛୁ ତତେ ପରା ଆସିବାକୁ କହିଲି, ଆସେ ଯିବା ପରା ହଁ କହି ଆଦିତ୍ୟ ଆଉ ତା ଅନ୍ୟ ସାଙ୍ଗ ମାନେ ଘରକୁ ଆସିଲେ।

ମଣ୍ଡପ ପାଖରୁ ଫେରିବା ପରେ ରାତି ସାରା ଆଦିତ୍ୟ ଆଖିକୁ ନିଦ ନଥାଏ ସେ ସାରା ରାତି ରେଖା କଥା ଭାବୁଥାଏ ଆଉ ତାର ସେଇ ସୁନ୍ଦର ଚେହେରା ଆଉ ଶାନ୍ତ ସରଳ ମୁହଁ ଆଦିତ୍ୟ ଆଖି ଆଗରେ ନାଚି ଉଠୁଥାଏ। ଏମିତି ଆଦିତ୍ୟ ସବୁବେଳେ ରେଖା କଥା ଭାବୁଥାଏ ମାତ୍ର ତା ସହ ଥରେ କେମିତି ଦେଖା ହେବ କହି ମନେ ମନେ ଠାକୁରଙ୍କୁ ଡାକୁଥାଏ। ଦିନେ ଆଦିତ୍ୟ ର ସାଙ୍ଗ ରାକେଶ ତା ଘରକୁ ଆସିଥାଏ। ରାକେଶ ଆଦିତ୍ୟ କୁ ତା ସହ ବାହାରକୁ ବୁଲି ଯିବାକୁ କହିଲା ହେଲେ ଆଦିତ୍ୟ ଯିବା କୁ ମନ କରିଦେଲା। ଏମିତି ମନା କରିବାର ଦେଖି ରାକେଶ କହିଲା ତୋର କଣ ହେଇଛି ? ତୁ ଯେବେଠୁ ସେ ମଣ୍ଡପ ପାଖରୁ ଆସିଲୁଣି ବହୁତ ଅନ୍ୟମନସ୍କ ରହୁଛୁ କାହା ସହ ବି ଠିକ ରେ କଥା ହେଉନୁ କଣ ହେଇଛି କହିଲୁ ରାକେଶ ଏମିତି ପଚାରିବାର ଦେଖି ଆଦିତ୍ୟ ତା ମନ ଭିତରେ ରେଖା ପ୍ରତି ଭଲ ପାଇବାକୁ ରାକେଶ କୁ କହିଲା। ଆଉ ରାକେଶ ସବୁ ଶୁଣି କହିଲା ଦେଖ, ସମସ୍ତ ଙ୍କ ଜୀବନରେ ଏମିତି ହୁଏ କେତେ ଝିଅ ଆସନ୍ତି ଆଉ ଯାନ୍ତି ମଧ୍ୟ ହେଲେ ସେ ଝିଅ କଣ କରେ ତା ପରିବାର ଲୋକ କେମିତି ? ଏମିତି ରେ ବି ତା ଫଟୋ ତୋ ପାଖରେ ନାଇଁ ତାକୁ ତୁ କେମିତି ଖୋଜିବୁ ଏତିକି କହି ରାକେଶ ଆଦିତ୍ୟ ପାଖରୁ ଫେରି ଆସିଲା।

କିଛି ମାସ ବିତିଗଲା ଦିନେ ଆଦିତ୍ୟ ସେଇ ମନ୍ଦିରରେ ବୁଲିବାକୁ ଯାଇଥାଏ। ଆଦିତ୍ୟ ସେ ମନ୍ଦିରରେ ରେଖାକୁ ଦେଖି ବହୁତ ଖୁସି ହେଇଗଲା।ଆଦିତ୍ୟ ମନେ ମନେ ଠାକୁରଙ୍କୁ ଧନ୍ୟବାଦ ବି ଦେଉଥାଏ। ରେଖା ସହ ପୁଣି ଥରେ ଦେଖା କରିଥିବାରୁ। ସେ ତା ମନ କଥା ରେଖା କୁ କହିବ ବୋଲି ଭାବି ଆଗକୁ ଆସି ଦେଖିଲା ରେଖା ସହ ଆଉ ଗୋଟେ ଝିଅ ରେଖା ସହିତ ଅଛି ଆଉ ସେ ଝିଅ ହେଉଛି ରେଖାର ସାଙ୍ଗ ରଶ୍ମି। ରେଖା ବି ଆଦିତ୍ୟକୁ ଦେଖି ଖୁସି ହେଇଗଲା ଆଉ ଠାକୁରଙ୍କୁ ବି ମନେ ମନେ ଧନ୍ୟବାଦ ଦେଉଥାଏ। ଆଦିତ୍ୟ କୁ ତା ଜୀବନରେ ପାଇକି ବହୁତ ଖୁସି ଥିଲା କାରଣ ସେ ବି ଆଦିତ୍ୟକୁ ଭଲ ପାଉଥିଲା ଏବଂ ସେ ସ୍ଥିର କରିଥିଲା ତାକୁ କହିବ ବୋଲି ଭାବି ଆଗକୁ ଆଗେଇ ଆସିଲା। ସେମାନେ କଥା ହେବା ପୂର୍ବରୁ ରେଖା ତା ସାଙ୍ଗ ରଶ୍ମି ସହ ଆଦିତ୍ୟର ଚିହ୍ନା କରେଇ ଦେଲା। ତାପରେ ଆଦିତ୍ୟ ଆଉ ରେଖା ନିଜ ମନ କଥା ଦୁଇଜଣଙ୍କୁ କହିଲେ। ଆଦିତ୍ୟ ରେଖାକୁ କହିଲା…..

ଆଦିତ୍ୟ – ଆଛା ତୁମେ ସେଦିନ କୁଆଡେ ପଳେଇଲ ମୁଁ ତୁମକୁ ବହୁତ ଖୋଜିଲି ହେଲେ ପାଇଲିନି।
ରେଖା – ତୁମ ସାଙ୍ଗ ତ ତୁମକୁ ଘରକୁ ଯିବାକୁ କହିଲେ ସେଥିପାଇଁ ମୁଁ ସେଠୁ ଚାଲିଆସିଲି।
ଆଦିତ୍ୟ – ହେଲେ ଯିବା ପୂର୍ବରୁ ତ ଥରେ କହି ଯାଇ ପାରିଥାନ୍ତ, ଜାଣିଛ ମୁଁ ତୁମ ପାଇଁ କେତେ ବ୍ୟସ୍ତ ହେଇଥିଲି।
ରେଖା – ହଉ ହେଲା ବାବା ଆଉ କୁଆଡେ ଯିବିନି ତୁମେ ଆଉ ରାଗନି ଏଥର ଯୁଆଡେ ଯିବି କହିକି ଯିବି।
ଆଦିତ୍ୟ – ତୁମେ ସେଦିନ କାହିଁକି କାନ୍ଦୁଥିଲ ଆଉ ତୁମ ମନ କଣ ପାଇଁ ବହୁତ ଦୁଃଖ ଥିଲା ?
ରେଖା – ଆମ ଘରର କିଛି ଅସୁବିଧା ପାଇଁ ମୁଁ ବହୁତ କାନ୍ଦୁଥିଲି ସେଥି ପାଇଁ ମୋ ମନ ବହୁତ ଦୁଃଖ ଥିଲା।
ଆଦିତ୍ୟ – କଣ ଅସୁବିଧା ହେଇଛି ମୋତେ କୁହ।
ରେଖା – ଏଇ ପାଖ ଗାଁ ରେ ମୋ ଘର। ମୁଁ ଆଉ ମୋ ବାପା ସେଠି ରହୁ। ଆମ ଘରେ ବହୁତ ଅସୁବିଧା।ଆଜିକୁ ଦୁଇ ବର୍ଷ ହେବ ବାପା ବିଛଣା ରେ ପଡ଼ିଛନ୍ତି। ତାଙ୍କ ଚିକିତ୍ସା ପାଇଁ ମୁଁ ଆମ ଜମିଦାର ପାଖରୁ ପଇସା ଆଣିଥିଲି। ସୁଜି ପାରିଲିନି ବୋଲି ଜମିଦାର ଆମକୁ ଗାଁ ରୁ ବାହାରି ଯିବାକୁ କହିଲେ ସେଥିପାଇଁ ମୁଁ ସେଦିନ କାନ୍ଦୁଥିଲ କଣ ବା କରି ପାରିବି ମୁଁ ଆଖିର ଲୁହ କୁ ଆଖିରେ ରଖି କଷ୍ଟ ପାଉଛି କେବଳ।
ଆଦିତ୍ୟ – ତୁମେ ମନ ଦୁଃଖ କରନି ମୁଁ ତୁମ ସହ ଅଛି।

ସେଦିନ ସେମାନେ ଶପଥ କଲେ କି ଦୁହେଁ ଦୁଇଜଣ ଙ୍କର ଜୀବନ ସାଥି ହେବେ ବୋଲି। ସେଦିନଠୁ ଆଦିତ୍ୟ ପ୍ରତେକ ଦିନ ମନ୍ଦିର ଆସେ ଆଉ ରେଖା ପାଇଁ ଠାକୁରଙ୍କ ପାଖରେ ପାର୍ଥନା କରେ। ଚାହୁଁ ଚାହୁଁ ବର୍ଷେ ବିତିଗଲା ଦୁଇ ଜଣଙ୍କ ଭଲ ପାଇବା ଆଗ ଭଳି ଆହୁରି ନିବିଡ ହେବାକୁ ଲାଗିଲା। ଏମିତି ଲାଗେକି ଦୁହେଁ ଦୁଇ ଜଣଙ୍କୁ ଛାଡି ବଞ୍ଚି ପାରିବେନି ଦିନେ ଆଦିତ୍ୟ ରେଖା ସହ କଥା ହେବ ବୋଲି ତା ସାଙ୍ଗ ରଶ୍ମି ପାଖକୁ ଫୋନ କଲା ଆଉ ରଶ୍ମି କୁ କହିଲା ରେଖା କୁ ଫୋନ ଦେବାକୁ ଠିକ ସେତିକିବେଳେ ରେଖା ରଶ୍ମି ପାଖକୁ ଆସିଥାଏ। ରଶ୍ମି ରେଖା କୁ ଫୋନେ ଦେଇ ଆଦିତ୍ୟ ସହ କଥା ହେବାକୁ କହିଲା ରେଖା ବହୁତ ଖୁସି ହୋଇ ଫୋନ ଧରିଲା କିନ୍ତୁ ଏପଟେ ଆଦିତ୍ୟ ବହୁତ ବ୍ୟସ୍ତ ଥାଏ। ରେଖା ହେଲୋ କହିବାରୁ ଆଦିତ୍ୟ କହିଲା…..

ଆଦିତ୍ୟ – ଶୁଣ ମୁଁ ତୁମ ସହ ଦେଖା କରିବାକୁ ଚାହେଁ ଆଉ ଜରୁରୀ କଥା ଅଛି ତୁମକୁ କହିବାକୁ।
ରେଖା – ହଁ କଣ କହିବ କହୁନ ମୁଁ ଶୁଣୁଛି।
ଆଦିତ୍ୟ – ନା ବାବା…ଦେଖା ହେଲେ କହିବି। ଆଜି ଠିକ୍ ସନ୍ଧ୍ୟା ୭ ଟାରେ ମନ୍ଦିର ପାଖରେ ଯେଉଁ ମଣ୍ଡପ ଅଛି ସେଇଠିକୁ ଆସିବ, ମୁଁ ତୁମକୁ ଅପେକ୍ଷା କରିଥିବି। ଯଥା ସମ୍ଭବ ଟିକେ ଶୀଘ୍ର ଆସିବ ଡେରି କରିବନି।
ରେଖା – ହଁ, ମୁଁ କଥା ଦଉଛି ନିଶ୍ଚୟ ଯିବି ତୁମ ପାଖକୁ।

ଏତିକି କହି ଆଦିତ୍ୟ ଫୋନ କାଟିଦେଲା। ଆଦିତ୍ୟ ର ଏଇ କଥା ଶୁଣି ରେଖା ଯେତିକି ଖୁସି ହେଉଥାଏ ସେତିକି ବି ବ୍ୟସ୍ତ ଲାଗୁଥିଲା ତାକୁ। ସେ ଅପେକ୍ଷା କରିଥାଏ ସନ୍ଧ୍ୟା କେତେବେଳେ ହେବ। ସମୟ ର ପ୍ରତିଟି ମୁହୂର୍ତ୍ତ ତାକୁ ଗୋଟେ ଗୋଟେ ଯୁଗ ପରି ଲାଗୁଥାଏ। ଏମିତି ଭାବୁ ଭାବୁ ସନ୍ଧ୍ୟା ହେଇଗଲା। ଦୁଇ ସାଙ୍ଗ ରେଖା ଓ ରଶ୍ମି ବାହାରି ପଡିଲେ ମନ୍ଦିର ଯିବାକୁ। ସେପଟେ ବି ଆଦିତ୍ୟ ବହୁତ ଉତ୍କଣ୍ଠାର ସହ ରେଖା କୁ ଅପେକ୍ଷା କରିଥାଏ। ସେମାନଙ୍କର ଆସିବା ଯେତେ ଡେରି ହେଉଥାଏ ସେତିକି ଚିନ୍ତା ଆଉ ବ୍ୟସ୍ତ ହେଉଥାଏ ଆଦିତ୍ୟ।ଆଦିତ୍ୟ ମନେ ମନେ ଠାକୁର ଙ୍କୁ ପାର୍ଥନା କରୁଥାଏ। କିଛି ସମୟ ପରେ ତା ଅପେକ୍ଷାର ଅନ୍ତ ଘଟିଲା। ଆଦିତ୍ୟ ଦେଖିଲା କେବଳ ଏକା କି ଆସିଛି ରଶ୍ମି। ରଶ୍ମି ପିନ୍ଧିଥିବା ଡ୍ରେସରେ ଲାଲ ରଙ୍ଗର କଣ ସବୁ ଲାଗିଛୀ। ଆଦିତ୍ୟ ଆଶ୍ଚର୍ଯ୍ୟ ହୋଇ ରଶ୍ମି ମୁହଁ କୁ ଚାହିଁଥାଏ। ତା ପାଖକୁ ଯାଇ ରେଖା ବିଷୟରେ ପଚାରିଲା।

ଆଦିତ୍ୟ – ରଶ୍ମି ତୁମେ କଣ ଏକା ଆସିଛ ? ଆଉ ତୁମ ଏ ଡ୍ରେସ ରେ ନାଲି ରଙ୍ଗ ର ଏ କଣ ସବୁ। ରେଖା କଣ ପାଇଁ ଆସିନି ତାକୁ ପା କହିଥିଲି ଆସିବାକୁ। ଏମିତି କେତେ କଥା ପଚାରିଲା ହେଲେ ରଶ୍ମି କିଛି ନକହି ଚୁପ ଚାପ ଛିଡା ହେଇଥାଏ। ରଶ୍ମି ଆଖିରୁ ଅସରନ୍ତି ଲୁହ ବହୁଥାଏ। ଆଦିତ୍ୟ ପୁଣି ଜୋର କରି ପଚାରିବାରୁ ସେ କହିଲା ସବୁ କିଛି ସରିଗଲା ରେଖା ଦେଖିଥିବା ସ୍ୱପ୍ନ ଧୂଳି ସାତ ହୋଇଗଲା।
ଆଦିତ୍ୟ – କଣ ସବୁ କହୁ ଯାଉଛ କହିଲ ! କଣ ହେଇଛି… କୁହ ପ୍ଲିଜ୍..
ରଶ୍ମି – ତୁମେ ଫେରିଯାଓ, ଯାହାକୁ ତୁମେ ଅପେକ୍ଷା କରିଛ ସେ ଆଉ କେବେ ବି ଆସିବନି ଆଉ କେବେ ବି ନୁହଁ ।
ଆଦିତ୍ୟ – ଫେରିଯିବି ମାନେ କଣ କହିବାକୁ ଚାହୁଁଛ ? ରଶ୍ମି ସତ କୁହ କଣ ହେଇଛି। ତୁମର ଏ ସବୁ ମତେ ଚିନ୍ତା ରେ ପକେଇ ଦେଇଛି ମୁଁ କିଛି ବୁଝି ପାରୁନି କଣ ହେଉଛି।
ରଶ୍ମି – ତୁମ କଥାକୁ ରଖି ତୁମକୁ ଦେଖା କରିବାକୁ ରେଖା ମୋ ସହ ଆସୁଥିଲା ଆଉ ତୁମକୁ ଦେଖିବ ବହୁତ ଖୁସି ଥିଲା। ବାଟ ସାରା ତୁମ କଥା କହୁଥିଲା ଆଉ ତୁମେ ଜାଣିଛ ଆଦିତ୍ୟ ଏଇ ବର୍ଷେ ଭିତରେ ରେଖା ର ବାପା ତାକୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି। ଯାହା ସେ ତୁମକୁ କହି ନଥିଲା ତଥାପି ସେ ସେଇ ଦୁଃଖ କୁ ଭୁଲି ତୁମକୁ ତା ଜୀବନ ସାଥି ଭାବି ବଞ୍ଚି ରହିଥିଲା।ତାର ସେଇ ସ୍ବପ୍ନ ଅଧାରେ ରହିଗଲା ଏତିକି କହି ବହୁତ କାନ୍ଦିବାକୁ ଲାଗିଲା ଆଉ କହିଲା ଭଗବାନ ତାକୁ ତୁମଠୁ ଅଲଗା କରିଦେଲେ ଆଦିତ୍ୟ।
ଆଦିତ୍ୟ – ଅଲଗା କରିଦେଲେ ମାନେ କଣ ? କଣ ହେଇଛି ମୋ ରେଖାର…..
ରଶ୍ମି – ରେଖାର ସଡକ ଦୁର୍ଘଟଣା ହେଇଛି ସେ ସବୁଦିନ ପାଇଁ ଆଖି ବୁଜି ଦେଇଛି।
ଏତିକି କହି ରଶ୍ମି ସେଠୁ ଚାଲି ଆସିଲା ଆଦିତ୍ୟ ଏଇ କଥା ରଶ୍ମି ପାଖରୁ ଶୁଣି ସତେ ଯେମିତି ପାଦ ତଳୁ ମାଟି ସବୁ ଖସି ପଡ଼ିଲା ଏମିତି ଲଗିଲା ଯେମିତି ଆଦିତ୍ୟ ସବୁ ଦିନ ମୁକ ହେଇଗଲା। କାନ୍ଦିଲା ବାକୁ ଲାଗିଲା ଆଦିତ୍ୟ ଚାରିପାଖରେ ଅନ୍ଧାର ହେଇଗଲା।

ଚାହୁଁ ଚାହୁଁ ତିନି ବର୍ଷ ବିତିଗଲା ସେବେଠୁ ପ୍ରତେକ ଦିନ ପ୍ରତେକ ମୁହୂର୍ତ୍ତରେ ସେ ରେଖାକୁ ମନେ ପକେଇ ବହୁତ କାନ୍ଦେ। ସବୁଦିନ ମନ୍ଦିରକୁ ଯାଇ ଠାକୁରଙ୍କୁ ପାର୍ଥନା କରେ ତା ରେଖାକୁ ତାକୁ ଫେରେଇ ଦେବାକୁ ଆଉ ଫେରିଲା ବେଳେ ସେଇ ମଣ୍ଡପ ପାଖରେ ବହୁତ ସମୟ ବସି ରେଖାର ସ୍ମୃତିକୁ ଝୁରି ହୁଏ। ସେବେଠୁ ସେ ସେଇ ମିଛ ଆଶାରେ ବଞ୍ଚି ଆସିଛି କି ଦିନେ ଭଗବାନ ତା ରେଖା କୁ ତା ସାଥି କୁ ତାକୁ ଫେରେଇଦେବେ ବୋଲି। ମଣ୍ଡପ ରେ ବହୁତ ସମୟ ବସି ତା ସାଥିର ଫେରିବା ବାଟକୁ ଅପେକ୍ଷା କରେ ଆଉ ଆସିଲା ବେଳକୁ ଲେଖି ଦେଇ ଆସେ……
ଅପେକ୍ଷା କରିଛି ତୁମର…..

ଫେରିବ ବୋଲି ଆଶା ମୁଁ ରଖିଛି
ଆସିବ ତ ଦିନେ ଫେରି
ଏବେ ବି ତମକୁ ଅପେକ୍ଷା କରିଛି
ମରେ ଏଠି ଝୁରି ଝୁରି।।

ଆନନ୍ଦପୁର, କେନ୍ଦୁଝର