ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ
କେବଳ ତାହାରି ପାଇଁ
ଯିଏ ଏଇଠି ଶୋଇଛି
ଘାସର ଗାଲିଚା ପରେ
ଏକ ସୂକ୍ଷ୍ମ ସୂତାଖିଅ ପରି,
ଖାଲି ତା’ରି ଲାଗି
ମତେ ଆଘାତ ଦିଅନା
ମତେ କିଛି କରିବାକୁ କୁହନା ।
ମତେ ଆଜି ତାହାରି ପାଇଁ କ୍ଷମାକର
କ୍ଷମାକର ମୋର କ୍ରୋଧ
( ଯଦି ମୁଁ ଆଜି ଚିଡ଼ି ଉଠୁଥାଏ
ଖୁବ ଛୋଟ ଛୋଟ କଥାରେ,
ଏଇ ଧର ଟେବୁଲ ସଜଡ଼ାନେଇ )
କ୍ଷମାକର ଗୋଳମାଳ ପ୍ରତି
ମୋର ବିରକ୍ତିକୁ ।
ମୋତେ ଘରକରଣାର ସମସ୍ୟା
ଚିନ୍ତା, କାମ, ସବୁ କଥା କହିବ,
ମାତ୍ର ମୋତେ ତାକୁ ପ୍ରଥମେ
ଭଲକରି ଘୋଡ଼ାଇ
ଶୁଆଇ ପକାଇବାକୁ ଦିଅ।
ଆଜି ମୋର କପାଳରେ
ଅଥବା ବକ୍ଷରେ
ଯେଉଁଠି ତୁମେ ସ୍ପର୍ଶ କର,
ସେଠି ସେ ଅଛି ଏବଂ
ତୁମେ ମୋତେ ଆଘାତ କଲେ
ସେ କାନ୍ଦି ଉଠିବ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed, but trackbacks and pingbacks are open.