Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତ ପ୍ରିୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ, ସମଗ୍ର ସୃଷ୍ଟିର ସ୍ରଷ୍ଟା । ନିଜ ସୃଷ୍ଟିର ସମସ୍ତ ବିଭବ ତାଙ୍କର ପ୍ରିୟ ହେବା କଥା । କିନ୍ତୁ ସନାତନ ଧର୍ମର ଶ୍ରେଷ୍ଠ ତଥା ସକଳ ଶାସ୍ତ୍ରର ସାର ଶ୍ରୀମଦ ଭାଗବତ ଗୀତା କହେ
“ଭକ୍ତିମାନ ଯହଃ ସ ମେ ପ୍ରିୟଃ ”

ଏହି ଉକ୍ତିଟି ଭଗବାନଙ୍କ ନିଜସ୍ୱ ଉକ୍ତି ଭାବରେ ଗୀତାରେ ବର୍ଣ୍ଣିତ ହୋଇଛି । ଏଠାରେ ପ୍ରଶ୍ନ ଉଠେ ଏ ଜଗତରେ ଏମିତି କୌଣସି ମଣିଷ (ଜାତି, ଧର୍ମ, ବର୍ଣ୍ଣ , ନିର୍ବିଶେଷରେ) ନାହିଁ, ଯିଏକି ଭଗବାନଙ୍କୁ (ନିଜ ବଞ୍ଚିତ


ସ୍ୱରୂପରେ ) ପୂଜା କରୁନାହିଁ ବା ଅନ୍ୟ ଅର୍ଥରେ ଭଗବାନଙ୍କୁ ତାର ପୂଜ୍ୟ ଭାବରେ ଗ୍ରହଣ କରୁନାହିଁ । ତେବେ ଏ ସାରା ସଂସାର ଭଗବାନ (ଶ୍ରୀଜଗନ୍ନାଥ )ଙ୍କ ପ୍ରିୟ ନହୋଇ କେବଳ ଭକ୍ତମାନେ ପ୍ରିୟ କାହିଁକି?

ଏହି କଥାକୁ” ନୀଳାଦ୍ରି ମହୋଦୟ “ଗ୍ରନ୍ଥ ରେ ଏଭଳି ଭାବରେ ବର୍ଣ୍ଣନା କରାଯାଇଛି ।

“କରୁଣାମ୍ଭୋନିଧେ ଦେବ ଭକ୍ତାନୁଗ୍ରହ କାରକ, ତ୍ରାହିନଃ ଶରଣଂ ପ୍ରାପ୍ତାନ ମୋହିତା ତଵ ମାୟୟା । ”

ଏ ସଂସାରୀ ମଣିଷମାନେ ମୋହ ମାୟା ଅlଛନ୍ନ ହୋଇ ପ୍ରଭୃଙ୍କୁ କେବଳ ଉପଚାରିକ ଭାବରେ ପୂଜା କରନ୍ତି, କିନ୍ତୁ ଶରଣାଗତି ଲାଭ କରନ୍ତି ନାହିଁ । ଯେଉଁ ବ୍ୟକ୍ତି ସର୍ବୋତ୍ତ ଭାବେ (ଭକ୍ତ ପ୍ରହ୍ଲାଦଙ୍କ ପରି )ପ୍ରଭୁଙ୍କର ଶରଣରେ ରହନ୍ତି, ତାହାଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଟିତ ଭାବରେ ଅଭୟ ପ୍ରଦାନ ପୂର୍ବକ ରକ୍ଷା କରିଥାନ୍ତି ।

ଏହି କ୍ରମରେ ଆଜି ଜଣେ ପରମ ଭକ୍ତଙ୍କ କଥା ଜାଣିବା । କାରଣ ସେ ମଧ୍ୟ ଭକ୍ତ ପ୍ରହ୍ଲାଦଙ୍କ ପରି ଜଣେ ରାଜପୁତ୍ର (ଗଞ୍ଜାମର ବଡ଼ ଖେମୁଣ୍ଡି ରାଜାଙ୍କ ପୁଅ ) । କିନ୍ତୁ ପ୍ରଭୁଙ୍କର ଶରଣ ନେଇ ନିଜକୁ ଅରକ୍ଷିତ ଦାସ କରିଦେଲେ । ତଥାପି ସେ ଥିଲେ ସର୍ବଜ୍ଞ, ସିଦ୍ଧ ସାଧକ, ଜାତିସ୍ମର. ନାଗାନ୍ତି, ସିଦ୍ଧାନ୍ତି, ବେଦାନ୍ତୀ, ଯୋଗାନ୍ତି । ଏଭଳି ସାଧନାର ଚାରି ପାହାଞ୍ଚ ସେ ପାରି କରିଥିଲେ ତଥାପି ସେ ଭଗବାନଙ୍କୁ ଶୁଦ୍ଧ ଭକ୍ତି ମାଗି ଲେଖିଥିଲେ :

“ହେ ଦେବ ଦେବ ଅନ୍ତର୍ଯ୍ୟାମୀ
କଥାଏ ମାଗୁଅଛି ପୁଣି.
ହେ ଦେବ ଦେବ ଭକ୍ତି ଦିଅ
ନୋହିଲେ ଦେହ ଛାଡି ଯାଅ “(ମହି ମଣ୍ଡଳ ଗୀତା ) ।

ଏଭଳି ଜଣେ ଉଚ୍ଚ କୋଟିର ସାଧକ କଣ ପ୍ରକୃତ ଭକ୍ତି ଟିକିଏ କରିପାରିଲେନି ?

ହଁ, ଏହା ସତ୍ୟ । କାରଣ ମାୟାରେ ଭ୍ରମିତ ହୋଇ ଆମେ ଯେଉଁ ଉପର ଦେଖାଣିଆ ଭକ୍ତି କରୁଛେ ତାହା ପ୍ରକୃତ ଭକ୍ତି ନୁହେଁ । ଯିଏ ବ୍ରହ୍ମଙ୍କୁ ଜାଣିପାରିବ ସେ ହିଁ ପ୍ରକୃତ ଭକ୍ତିର ସନ୍ଧାନ ପାଇବ । ଏହାକୁ ସ୍ପଷ୍ଟ କରି ଲେଖିଲେ :

“ହେ ମନ ଏବେ ଶୁଣ ତୁହି
ବ୍ରହ୍ମଙ୍କୁ ନଜାଣନ୍ତି କେହି ।
କେବଳ ଭାବେ ବଶ ସେହି
ହେ ମନ ଭାବ ତାକୁ ତୁହି । ”

ଯେଉଁ ମଣିଷ ନିଜେ ଭକ୍ତି କଣ ଜାଣିନି, ସେ ବ୍ରହ୍ମଙ୍କୁ ଜାଣିବ କିପରି ? ସେଥିପାଇଁ ଆଗେ ଶ୍ରୀଜଗନ୍ନାଥ (ପରମ ବ୍ରହ୍ମ )ଙ୍କ ଶରଣ ନିଅ, ତାଙ୍କୁ ଜାଣ, ଭକ୍ତି ଆପେ ଆପେ ଆସିଯିବ । ପୁଣି ସେହି ଅରକ୍ଷିତ ଦାସଙ୍କ ଉକ୍ତି :

“ଦେବତା ଏହି ଦେହେ ଛନ୍ତି
ଏହା ନଜାଣେ ମୂଢ଼ ମତି
ପିତଳ କାଷ୍ଠ ପାଷାଣକୁ
ଦେବତା ବୋଲି ପୁଜେ ତାଙ୍କୁ
ସେ କିବା ଗତି ମୁକ୍ତି ଦେବ
ଏହାକୁ ନ ଜଣେ ମୂଢ଼ ଜୀବ । ”

ଭକ୍ତ ଅରକ୍ଷିତ ଦାସ ମଧ୍ୟ ଶୂନ୍ୟବାଦୀ ଓ ବ୍ରହ୍ମ ଉପାସକ, ତେଣୁ ଆପଣମାନେ ସଂଶୟ ଦୂର କରି କେବଳ ତାଙ୍କର ଭାବକୁ
ଅନୁଭବ କରନ୍ତୁ ଆଉ କୁହନ୍ତୁ “ଜୟ ଜଗନ୍ନାଥ ” (ଦ . ତ୍ରୀ. ଉବାଚ )

ଜୟ ଜଗନ୍ନାଥ

Comments are closed, but trackbacks and pingbacks are open.