Latest Odisha News

BREAKING NEWS

ଅନୁବାଦ କବିତା : ଗିଟର

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା

ଗିଟର କାନ୍ଦିବାକୁ ଆରମ୍ଭ କଲା ।
ସଦ୍ୟ ସକାଳରେ ପିଉଥିବା କପଗୁଡ଼ିକ
ଭାଙ୍ଗି ଚୁର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ।
ଗିଟର କାନ୍ଦିବାକୁ ଆରମ୍ଭ କଲା
ତୁମେ ତାକୁ ବନ୍ଦ କରି ପାରିବ ନାହିଁ ।
ତାକୁ ଚୁପ କରିବା ଅସମ୍ଭବ
ପାଣି ବା ବରଫ ଉପର ଦେଇ ବହୁଥିବା ପବନର ଶବ୍ଦ ପରି
ନୀରସ , ଏକତାଳୀୟ , ବିରକ୍ତିକର ସ୍ୱର
ତାକୁ ନୀରବ ରଖିବା ଅସମ୍ଭବ।
ଏହା ଦୂରର ହଜି ଯାଇଥିବା ଜିନିଷ ପାଇଁ କାନ୍ଦୁଛି
ଦକ୍ଷିଣର ଗରମ ବାଲି , ସବୁଜ ଡାଳର
କେମିଲିୟା ଫୁଲକୁ ଅନୁନୟ କଲାପରି
ଏହାର କାନ୍ଦଣା ଲକ୍ଷ୍ୟହୀନ ତୀର ପାଇଁ
ସକାଳ ବିହୀନ ସନ୍ଧ୍ୟା ପାଇଁ
ଏବଂ ଡାଳରେ ଥିବା ପ୍ରଥମ ମୃତ ପକ୍ଷୀ ପାଇଁ
ହେ ଗିଟାର !
ହୃଦୟରେ ପାଞ୍ଚଟି ତରବାରୀର
ଗଭୀର କ୍ଷତ

ଅନୁବାଦ : ମନୋରଞ୍ଜନ ହୋତା 

Leave A Reply

Your email address will not be published.