Latest Odisha News

BREAKING NEWS

କବିତା : ମକର ଚଉରାଅଶି

ଗଦାଧର ସାହୁ

ନମଇଁଶ୍ରୀ ଜଗନ୍ନାଥ.
ନୀଳାଚଳବାସୀ,
କୋଟି ସୂର୍ଯ୍ୟସମ ପ୍ରଭୁ
ତୁମ ଜ୍ୟୋତିରାଶି ।

ଚୌରାଶି ଜୋନି ଜନ୍ମର
ତୁମେ ରକ୍ଷାକର୍ତ୍ତା,
ସକଳ ମଙ୍ଗଳ ଅର୍ଥେ
ତୁମ ଜାନିଯାତ୍ରା ।

ମକର ସଂକ୍ରାନ୍ତିରେ
ସୂର୍ଯ୍ୟ ଉତ୍ତରାୟଣ,
ଚୌରାଶି ପ୍ରକାର ଭୋଗ
ତୁମର ବ୍ଯଞ୍ଜନ।

ଜଗନ୍ନାଥବଲ୍ଲଭ ଓ
ଗୋପାଳବଲ୍ଲଭ,
ଅମୃତ ରସାବଳି
ଲାଗଇ ତୁମ ଭୋଗ ।

ଖଜା, ଗଜା, ହଂସକେଳି,
ବଡା, ଶୁକ୍ଳଫେଣୀ,
ପାଗ ଆରିସା, କାକରା
କାନ୍ତି, ମିଠାଫେଣୀ ।

ସାନପୁରୀ, ବଡପୁରୀ
ସେ ମିଠା ଖୁରୁମା,
ବଡନାଡୀ, ସାନନାଡୀ
ଯେ ଲୁଣି ଖୁରୁମା ।

ଚନ୍ଦ୍ରକାନ୍ତି, ନାନମାନ
କାକତୁଆ ଝିଲି,
ବସନ୍ତ ଆରିସା ସହ
ପ୍ରିୟ କାନଫୁଲି ।

ମରିଚ ଲଡୁ,କଦମ୍ବା
ଅମାଲୁ, ଡାଳିମ୍ବ
ମେଣ୍ଢା ମୁଣ୍ଡିଆ ଖେଚୁଡି
ଲାଗେ ତୁମ ଭୋଗ ।

ବଡ କ୍ଷୀରିସା, ମାଣ୍ଡୁଅ
ସହ ନେତ୍ରପୁରୀ,
ମଗଜ ଲଡୁ,ଗରୁଡି
ସେ ନହିଆ କ୍ଷୀରି ।

ମନୋହର, ସରଭଜା
ପୋଡପିଠା ଖାଇ,
ପରିଜାତକ, ମାଖନ
ସୁଆରୀ ଲାଗଇ ।

ବଡକାନ୍ତି, ମାଠପୁଳି
ସେ ବଲ୍ଲଭ କୋରା,
ମହାଦେଇ ଖେଚୁଡି ଓ
ସେ ଶ୍ରୀହସ୍ତ କେରା ।

ଚଢେଇ ନଦା, ଟାକୁଆ
ସୁଜିଗଜା ଭୋଗ,
ବୁନ୍ଦିଆ ଖିରୀ ସହିତ
ଯେ ମହନ ଭୋଗ ।

ଜେନାମଣି, ଖଳି ରୁଟି
ସେ ପୁରୀ ଏଣ୍ଡୁରି,
ବଳି ବାମନ ମୁଗରେ
ଭୋକ ଯାଏ ମରି ।

ସାଧା ଅନ୍ନ, ଘିଅ ଅନ୍ନ
କାନିକା,ବେସର,
ଆଡା ପାକନ, ପାୟସ
ଯେ ଖୁଆ ମଣ୍ଡର ।

ଖାଇର ଚୁଳିଆ, ଡାଲି
ଅନ୍ନ, ରସାବଳି,
ଜେଉଟ, ରାଧାବଲ୍ଲବୀ
ଖାଅ ଭଳିଭଳି ।

ପଣା, ପାନସୁଆ ଲଡୁ
ସେ ଲକ୍ଷ୍ମୀବିଳାସ,
ଖାଇର ଚୂଳ,କଡମ୍ବା
ତୁମ ଭୋଗ ଅଂଶ ।

ଚୁଲିଆ କୁପଡ, ଲଡୁ
ଛେନା ପିଠା ଖାଇ,
ମୋତିଚୂଳ, ଖଣ୍ଡା ମଣ୍ଡା
ତୁମ ପ୍ରିୟ ତହିଁ ।

ସର କୁମ୍ପା, ଖେଇମଣ୍ଡା
ଯେ ଅରଖ ପୁଲ,
ଗଇଁଠା, ମେଣ୍ଢା ସିଙ୍ଗିଆ
ଲାଗେ ଭାରି ଭଲ ।

ସାଧା ଏଣ୍ଡୁରୀ ସହିତ
ସେ ନଡିଆ କେଳି,
ଧନୁ ସଂକ୍ରାନ୍ତି ପିଠାକୁ
ଖାଅ ବେଳାବେଳି ।

ଏହି ଭଳି ତୁମ ଲୀଳା
ଜଗତେ ଲାଗିଛି,
ସୃଷ୍ଟି, ପାଳନ, ସଂହାର
ତୁମେ ସବୁ କିଛି ।

କଙ୍କଡ଼ାଦ୍ଵୀପ, କୁଶୁବେଣ୍ଟି,
ବ୍ରହ୍ମଗିରି, ପୁରୀ

Leave A Reply

Your email address will not be published.