Latest Odisha News

ଅନୁବାଦ କବିତା : ମୋ ସଙ୍ଗୀତ

ମୂଳ ରଚନା : ଗ୍ରାବ୍ରିଏଲା ମିସ୍ରାଲ

ବ୍ୟଥିତ ଶିଶୁଙ୍କ ପାଇଁ
ମୁଁ ଯେଉଁ ଗୀତ ଗାଇଛି
ଆଜିଥରେ ଦୟାକରି
ମୋ ପାଇଁ ସେଇ ଗୀତ ଗାଅ ।

ଗୁଣୁ ଗୁଣୁ ହୋଇ
ତୁମ ଲାଗି ଯେ ଗୀତ ଗାଇଛି
ହେ ବେଦନାକ୍ତ ଶିଶୁଗଣ
ମୋ ପାଇଁ ଆଜି ସେଇ ଗୀତ ଗାଅ ।
ମୁଁ ବି ଆଜି ଆହତ ।

ଏ ନିଷ୍ଠୁର ଆଲୋକ
ଆଘାତ କରେ ମୋର ଚକ୍ଷୁ
ଏବଂ ଯେ କୌଣସି ଶବଦ
ମତେ ଆଜି ବିଚଳିତ କରେ
ତେଣୁ ମୁଁ ଯେଉଁ ନାନାବାୟା ଗୀତ ଗାଇ
ତା’କୁ ଦୋଳିରେ ଝୁଲାଇଥିଲି
ଆଜି ତୁମେ ମୋ ଲାଗି
ସେହି ଗୀତ ଗାଅ।

ମୁଁ ଯେତେବେଳେ ତା ପାଇଁ
ପୋଷାକ ସିଲାଇ କରୁଥିଲି
( ଯାହା ଥିଲା ଠିକ ପର ଭଳି ନରମ )
ସେତେ ବେଳେ ମୁଁ ଜାଣି ନଥିଲି
ଯେ ମୋର ଆହତ ଆତ୍ମା
ଠିକ ଏକ ଛୋଟ ଶିଶୁପରି।
ବ୍ୟଥିତ ପିଲାଙ୍କ ପାଇଁ
ଯେ ଗୀତ ମୁଁ ଗାଇଥିଲି ଦିନେ
ଆଜି ତୁମେ ଦୟାକରି
ମୋ ଲାଗି ସେହି ଗୀତ ଗାଅ।

ଅନୁବାଦ : ମନୋରଞ୍ଜନ ହୋତା 

Comments are closed.