Latest Odisha News

BREAKING NEWS

କାଲି ନରମିଲେ, ଆଜି ଛାଡିଲେ ତେରଛା ବାଣ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧାର ଶେଷ ହୋଇଛି । ଶେଷରେ ନରମିଛନ୍ତି ପାଇଳଟ । ପାଇଲଟଙ୍କ ଫ୍ଲାଇଟ ନେଇଛି ୟୁ-ଟର୍ଣ୍ଣ । କଂଗ୍ରେସକୁ ସଚ୍ଚିନ ପାଇଲଟ ଫେରିବାର ରାସ୍ତା ସଫା ହୋଇଛି ।

ତେବେ କାଲି ସଚ୍ଚିନ ପାଇଲଟ ନରମିଥିବା ବେଳେ ଆଜି ଛାଡିଛନ୍ତି ତେରଛା ବାଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକ୍କମା ଶବ୍ଦକୁ ସେ ଘୋର ବିରୋଧ କରିଛନ୍ତି । ଏଭଳି ଶବ୍ଦ ଶୁଣି ସେ ଆଘତ ପାଇଥିବା ପାଇଲଟ କହିଛନ୍ତି ।

ସେ କହିଛନ୍ତି, ଗେହଲଟଙ୍କ ନିକ୍କମା ଶବ୍ଦ ଶୁଣି ମୋତେ ଆଘାତ ଲାଗିଥିଲା । କିନ୍ତୁ ଏହାକୁ ଅଣଦେଖା କରି ମୁଁ ଆଗକୁ ବଢ଼ିଛି । ମୁଁ ସବୁବେଳେ ଲୋକଙ୍କ ସହ ଓ ବିଧାୟକଙ୍କ ସହ ମିଶି କାମ କରୁଥିଲି ଓ ଆଗକୁ ମଧ୍ୟ କରିବି । ଗେହଲଟ ହେଉଛନ୍ତି ମୋ ସିନିଅର । ପ୍ରଥମ ଥର ପାଇଁ ମୁଁ ତାଙ୍କ ସହ କାମ କରୁନି । ଆମେ ପୂର୍ବରୁ ମଧ୍ୟ ଏକାଠି କାମ କରିଛୁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ମୁଁ ସବୁବେଳେ କଂଗ୍ରେସର ଅଂଶ ବିଶେଷ ହୋଇ ରହିଥିଲି । ଏହାମୋର କମ୍‌ବ୍ୟାକ୍ ନୁହେଁ । ମୁଁ ଓ ମୋର କିଛି ବିଧାୟକମାନଙ୍କ ଦ୍ୱାରା ଉଠାଇଯାଇଥିବା ପ୍ରସଙ୍ଗ ବା ମୁଦ୍ଦାର ସମାଧାନ ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ତିନି ଜଣିଆ ସଦସ୍ୟ ସମିତି ଗଠନ କରାଯାଇଛି । ଏସବୁ ପ୍ରସଙ୍ଗ ମଧ୍ୟରେ ଅନେକ ମହତ୍ୱପୂର୍ଣ୍ଣ କଥା ରହିଛି । ତେଣୁ ରାଜନୀତିରେ ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ କୌଣସି ସ୍ଥାନ ନାହିଁ । ବରଂ ରାଜନୀତିରେ ଅନୁଶାସନ ହେବା ଉଚିତ୍ ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ରାଜସ୍ଥାନରେ ସରକାରରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟରେ ବିବାଦ ଲାଗିରହିଥିଲା । ଯାହା ପରେ ଦଳ ସଚ୍ଚିନଙ୍କୁ ବିଭିନ୍ନ ପଦବୀରୁ ହଟାଇଥିଲା । ସେବାଠାରୁ ବିବାଦ ଲାଗିରହିଥିଲା ।

Leave A Reply

Your email address will not be published.