Latest Odisha News

BREAKING NEWS

ବିଶ୍ୱକପର ଗ୍ଲୋବାଲ ଆମ୍ବାସଡର ହେଲେ ସଚିନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆବିଶ୍ୱକପ ପାଇଁ ଗ୍ଲୋବାଲ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । ସଚିନ ୬ ଥର ଦିନିକିଆ ବିଶ୍ୱକପରେ ଖେଳିଛନ୍ତି । ୧୯୯୨ରେ ପ୍ରଥମ ଥର ପାଇଁ ସେ ବିଶ୍ୱକପ ଖେଳିଥିଲେ । ସୂଚନାଯୋଗ୍ୟ, ୧୯୮୭ରେ ସେ ବଲ ବୟ କାର୍ଯ୍ୟ ତୁଲାଇଥିଲେ । ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚ ପୂର୍ବରୁ ବିଶ୍ୱକପ ଟ୍ରଫି ନେଇ ପଡିଆକୁ ଆସିବା ସହ ଟୁର୍ଣ୍ଣାମେଂଟ ଆରମ୍ଭ ହେଲା ବୋଲି ଘୋଷଣା କରିବେ । ୧୯ ବର୍ଷ ବୟସରେ ବିଶ୍ୱକପ ଖେଳିଥିବା ସଚିନ ଏବେ ବି ଏହି ମହାକୁମ୍ଭର ସର୍ବାଧିକ ରନ ସ୍କୋରର ଅଛନ୍ତି ।

ଗୋଟିଏ ସିଜନରେ ୬୬୩ ରନ କରିବା ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ଜଣେ ବଲ ବୟରୁ ଗ୍ଲୋବାଲ ଆମ୍ବାସଡର ହେବା ସମ୍ମାନ କମ କଥା ନୁହେଁ ବୋଲି ସେ କହିଛନ୍ତି । ଭାରତରେ ବିଶ୍ୱକପ ହେଲେ ଏହା ଯୁବ ଖେଳାଳିଙ୍କୁ କ୍ରିକେଟ ପ୍ରତି ଆକୃଷ୍ଟ କରିବ । ସେମାନେ ସେମାନଙ୍କ ଆଦର୍ଶ ଖେଳାଳିଙ୍କୁ ପାଖରେ ଦେଖି ପ୍ରଦର୍ଶନସ୍ତର ସୁଧାରିବା ପାଇଁ ଚାହିଁବେ ।

Leave A Reply

Your email address will not be published.