Latest Odisha News

BREAKING NEWS

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଯବାନ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି । ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଏସ୍‌ଆରପିଏଫ୍ ଯବାନ  ହେଉଛନ୍ତି ପ୍ରକାଶ କାପଡେ ।ମହାରାଷ୍ଟ୍ରର ଜାମନେର ଜିଲ୍ଲାର ତାଙ୍କ ଘର ।

ସୂଚନା ଅନୁଯାୟୀ, ସେ ଛୁଟିରେ ସେ ତାଙ୍କ ଘରକୁ ବୁଲିବାକୁ  ଯାଇଥିଲେ । ଗତକାଲି ରାତି ନିଜକୁ ଗୁଳି କରିଥିବା ଜଣାପଡ଼ିଛି। ଜାମନେର ଥାନାର ବରିଷ୍ଠ ପୋଲିସ ଇନ୍ସପେକ୍ଟର କିରଣ ଶିନ୍ଦେ କହିଛନ୍ତି ଯେ, ଗତକାଲି ରାତି ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟଛି । ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ କୌଣସି ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ଜଣାପଡ଼ିବବୋଲି କହିଛନ୍ତି କିରଣ ଶିନ୍ଦେ । ମୃତଦେହକୁ ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଛି । । ଜାମନେର ପୋଲିସ ମାମଲା ରୁଜୁ କରି ପରିବାର ସଦସ୍ୟ, ସହକର୍ମୀଙ୍କୁ ପଚରାଉଚରା କରୁଛି।

 

Leave A Reply

Your email address will not be published.