Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ପାଇଁ କଟକରେ ସରିଲା ନାମାଙ୍କନ

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ । ଆଜି ଶେଷ ଦିନ ଥିବାରୁ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହି କ୍ରମରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ଆଶାୟୀ ପ୍ରାର୍ଥୀ ।

କଟକ ସଦରରେ ମୋଟ୍ ୨୩ଟି ପଞ୍ଚାୟତରେ ହେଉଛି ତ୍ରିସ୍ତରୀୟ ନିର୍ବାଚନ । ଗତ ୧୭ ତାରିଖରୁ ୨୧ ତାରିଖ ଯାଏଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନିର୍ବାଚନ କମିସନଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ଏହି ୫ ଦିନ ମଧ୍ୟରେ ବିଭିନ୍ନ ଆସନ ପାଇଁ ୬୪୬ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିମଧ୍ୟରୁ ୧୦୧ ଜଣ ସରପଞ୍ଚ ପ୍ରାର୍ଥୀ, ୮୩ ଜଣ ସମିତି ସଭ୍ୟ, ୩୮୩ ଜଣ ୱାଡ ମେମ୍ବର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଆସନ୍ତା ୨୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ପାର୍ଥୀ ତାଲିକା । କଟକ ଜିଲ୍ଲାର ୧୪ଟି ବ୍ଲକରେ ୩୭୩ ପଞ୍ଚାୟତ ଏବଂ ୪୬ଟି ଜିଲ୍ଲା ପରିଷଦ ଜୋନରେ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ, ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।

Comments are closed, but trackbacks and pingbacks are open.