Latest Odisha News

BREAKING NEWS

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଡ୍ରାଇଭର ଓ ହେଲପର ଫେରାର

ନୀଳଗିରି: ଶାଗୁଆନ ବୋଝେଇ କାଠ ଗାଡି ଜବତ । ନୀଳଗିରି ବନ ବିଭାଗ ଅଧିନ କୋଲାହଟ ବରମପୁର ଅଞ୍ଚଳରୁ ଶାଗୁଆନ କାଠ ବୋଝେଇ ଗାଡି ଜବତ ହୋଇଛି ।

ଏକ ଟାଟା ଏସି ଗାଡ଼ିରେ କିଛି ଶାଗୁଆନ କାଠ ବୋଝେଇ ହୋଇଯାଉଥିବା ବେଳେ ବିଶେଷ ସୂତ୍ରରୁ ନୀଳଗିରି ବନ ବିଭାଗ ଖବର ପାଇଥିଲା । ନୀଳଗିରି ରେଞ୍ଜର ମନ୍ବର ଖାଁଙ୍କ ନିର୍ଦ୍ଦେଶରେ ମିତ୍ରପୁର ଫରେଷ୍ଟର ସରୋଜ ପ୍ରଧାନ ଏବଂ ଫରେଷ୍ଟର ଗାର୍ଡ ମନୋରଞ୍ଜନ ସିଂଙ୍କ ମିଳିତ ଉଦ୍ୟମରେ କାଠ ବୋଝେଇ ଗାଡି ଜବତ କରିଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର ଏବଂ ହେଲଫର ଫେରାର ହୋଇଯାଇଛନ୍ତି । ଜବତ କାଠର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.