ସୁନା

ସୁନା

ଅନୁରାଧା ମିଶ୍ର

ଦିନେ ଦେଖିଲି ମୁଁ ସୁନାକୁ
ପାଖରୁ ଅତି ପାଖରୁ!
ଦାଉ ଦାଉ ନିଆଁରେ ଜଳି
କେମିତି ସେ ଦିଶୁଥିଲା ଉଜ୍ଜ୍ୱଳ!

ଠିକ୍ ସେମିତି ମନେହେଲା ମୋତେ
ତୁମ ହାତ ଧରିବା ଦିନଠୁଁ
ମୁଁ ବି ଜଳୁଥିଲି ଏମିତି
କେବେ ଅଶ୍ରୁରେ ତ କେବେ ପ୍ରେମରେ!

ଏ ଜଳିବାର
ଅନ୍ୟ ନାମଟା ହିଁ ତ ସମର୍ପଣ!
ଯେତିକି ମୁଁ ଜଳିଗଲି ପ୍ରେମର ନିଆଁରେ-
ସେତିକି ମୁଁ ହୋଇଗଲି ତୁମର!

ଏକଥା ବୁଝେନା ଅଜ୍ଞ ଦୁନିଆ
କୁହେ ମୁଁ କୁଆଡେ଼ ବୋକୀ
ଏସବୁ ମୋ ଦୁର୍ବଳ ମାନସିକତା!

କିନ୍ତୁ ସତ କେବଳ ଏତିକି ଯେ
ସୁନାପରି ଶୁଦ୍ଧ ପ୍ରେମର ଦହନ ମୋ ଅନ୍ତରେ,
ମୁଁ ପାଗଳିନୀ ସାଜେ ସାଥୀ
ତୁମରି ପ୍ରେମରେ!

LEAVE A REPLY

Please enter your comment!
Please enter your name here