Latest Odisha News

BREAKING NEWS

ପୁରୀରୁ ଯୋଧପୁର ଏବଂ ଆଜମେରକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୁରୀ-ଯୋଧପୁର ଏବଂ ପୁରୀ- ଆଜମେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ତାରିଖଠାରୁ ପ୍ରତି ବୁଧବାର ଅପରାହ୍ନ ୪ଘ.୦୫ମିନିଟରେ ପୁରୀ-ଯୋଧପୁର-ପୁରୀ’ ସ୍ୱତନ୍ତ୍ର ଟ୍ରେନ ଯୋଧପୁର ଅଭିମୁଖେ ଯିବ । ୨୩ ତାରିଖରୁ ପ୍ରତି ଶନିବାର ଯୋଧପୁରରୁ ଅପରାହ୍ନ ୨ଘ.୧୫ମିନିଟରେ ପୁରୀ ଅଭିମୁଖେ ଟ୍ରେନ ଆସିବ ।

ଏହି ଟ୍ରେନ୍ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ଼, ରାୟଗଡ, ବିଲାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜଇନ, ଜୟପୁର ଇତ୍ୟାଦି ଷ୍ଟେସନରେ ଅଟକିବ ।

ସେହିପରି ପୁରୀ-ଆଜମେର-ପୁରୀ ସ୍ୱତନ୍ତ୍ର ଟ୍ରେନ ଆସନ୍ତା ୨୧ ତାରିଖ ଠାରୁ ପୁରୀରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ରାତି ୧୧ଟା୦୫ମିନିଟରେ ଛାଡିବ । ଆସନ୍ତା ୨୬ ତାରିଖଠାରୁ ଆଜମୀରରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ସନ୍ଧ୍ୟା ୬ଟା ୫୦ମିନିଟରେ ଛାଡିବ ।
ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, ଢେଙ୍କାନାଳ, ବରଗଡ ରୋଡ୍, ବାଲାଙ୍ଗୀର, ଟିଟିଲାଗଡ, କାଣ୍ଟାବାଞ୍ଜୀ, ଖରିଆର୍ ରୋଡ୍ ଷ୍ଟେସନରେ ଅଟକିବ ।

Leave A Reply

Your email address will not be published.