Latest Odisha News

BREAKING NEWS

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ସାଇନା ପ୍ରି-କ୍ୱାର୍ଟରରେ

ଟୋକିଓ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲ ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ହଂକଂର ଚେୱଙ୍ଗ ଏନଗାନଙ୍କୁ ୨୧-୧୯ ସ ୨୧-୯ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ଜାପାନର ନୋଓମୀ ଓକୁହାରା ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିବାରୁ ସାଇନା ୱାକଓଭର ପାଇ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ଥାଇଲାଣ୍ଡର ବୁସାନନ ଓଗବାମରୁଗଫାନ ଓ ଜର୍ମାନୀର ୟୁୱୋନୀ ଲିଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାଙ୍କୁ ଭେଟିବେ ।

BjdElectrycity

ସେହିପରି ମହିଳା ଡବଲ୍ସରେ ଭାରତୀୟ ଯୋଡି ତୃଷା ଜଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ମାଲେସିଆର ୟିନ ୟୁୱାନ ଲୋବ ଓ ଓଲରୀ ସିୟୋଭଙ୍କୁ ୨୧-୧୧ ଓ ୨୧-୧୩ରେ ପରାସ୍ତ କରି ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ମିକ୍ସଡ ଡବଲ୍ସରେ ଭେଙ୍କଟ ଗୌରବ ପ୍ରସାଦ ଓ ଜୁହୀ ଦେବଗାନ ଇଂଲଣ୍ଡର ଗ୍ରେଗରୀ ମେୟର୍ସ ଓ ଜନୀ ମୁରେଙ୍କୁ ୨୧-୧୦ ଓ ୨୩-୨୧ରେ ହରାଇ ଦେଇଛନ୍ତି । ସୂଚନାଯୋଗ୍ୟ, ଆଘାତ ସମସ୍ୟା ଯୋଗୁ ଷ୍ଟାର ଖେଳାଳି ପିଭି ସିନ୍ଧୁ ଏହି ଚାମ୍ପିୟନଶିପରୁ ଓହରି ଯାଇଛନ୍ତି ।

Leave A Reply

Your email address will not be published.