Latest Odisha News

BREAKING NEWS

JEE ମେନରେ ସାଇ ଇଣ୍ଟରାନ୍ୟାସନାଲ୍ ସ୍କୁଲର ନୂଆ ରେକର୍ଡ

ଭୁବନେଶ୍ୱର: ଜେଇ ମେନ୍-୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ନୂଆ ରେକର୍ଡ କରିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ରୁ ଅଧିକ ଛାତ୍ରଛାତ୍ରୀ ଜେଇ ମେନରେ ୯୯ ପ୍ରତିଶତ ସ୍କୋର୍ କରିଛନ୍ତି । ୨୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ମାର୍କ ପାଇଥିବା ବେଳେ ୩୧ରୁ ଅଧିକ ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଅଧିକ ସ୍କୋର କରିଛନ୍ତି ।

କଠିନ ପରିଶ୍ରମ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଲାଗି ଗୌରବ ଆଣିଛି । ଦ୍ୱାଦଶ ଶ୍ରେଣୀର ଅମୃତାଂଶୁ ସାହୁ ୯୯.୯୭ ପ୍ରତିଶତ ସ୍କୋର କରି ଜେଇ ମେନରେ ରାଜ୍ୟ ଟପ୍ପର ହୋଇଛନ୍ତି । ଫିଜିକ୍ସ, କେମିଷ୍ଟ୍ରୀ ଓ ଗଣିତରେ ଅମୃତାଂଶୁ ୯୯ ପ୍ରତିଶତ ମାର୍କ ରଖିଛନ୍ତି । ୨୦୨୧ରେ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଅମୃତାଂଶୁ ୯୯.୮ ପ୍ରତିଶତ ସ୍କୋର କରି ସ୍କୁଲ୍ ଟପ୍ପର ହୋଇଥିଲେ ।

ଅନ୍ୟାମାନଙ୍କ ମଧ୍ୟରେ ସାଇ ଇଣ୍ଟନ୍ୟାସନାଲ ସ୍କୁଲର ସଙ୍କେତ ଦାସ ୯୯.୯୧ ପ୍ରତିଶତ ସ୍କୋର କରିଥିବା ବେଳେ ଦେବାଶିଷ ପଟ୍ଟନାୟକ ୯୯.୮୯ ପ୍ରତିଶତ, ସ୍ନେହିଲସଂଯୋଗ ୯୯.୮୩ ପ୍ରତିଶତ, ସଙ୍କେତ ରାଉତ ୯୯.୮୦ ପ୍ରତିଶତ, ସମାସ୍ଥିତା ଘୋଷ ୯୯.୭୪ ପ୍ରତିଶତ, ରୌନକ ମିଶ୍ର ୯୯.୬୮ ପ୍ରତିଶତ, ପିୟୁଷ ପ୍ରିୟାଂଶୁ ଜେନା ୯୯.୪୬ ପ୍ରତିଶତ, ସାଶ୍ୱତ ପାଢ଼ୀ ୯୯.୨୭ ପ୍ରତିଶତ, ଅର୍ମାନ ପ୍ରତିକ ପସାୟତ ୯୯.୧୧ ପ୍ରତିଶତ ଏବଂ ତୋୟାଜ କବି ୯୯.୦୯ ପ୍ରତିଶତ ସ୍କୋର କରିଛନ୍ତି ।

Leave A Reply

Your email address will not be published.