Latest Odisha News

BREAKING NEWS

ଶିକ୍ଷକଙ୍କୁ ଦରମା ନ ମିଳିବା ଘଟଣା; ଜିଲ୍ଲା ଶିକ୍ଷାଧିକାରୀଙ୍କ ଆକାଉଣ୍ଟକୁ ଗଲା ଦରମା ଟଙ୍କା

ବଲାଙ୍ଗୀର: ୩ ମାସ ଦରମା ନପାଇ ଶିକ୍ଷକ ମୂଲ ଲାଗିବା ଘଟଣା । ୩୦ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆକାଉଣ୍ଟକୁ ଶିକ୍ଷକଙ୍କ ଦରମା ବାବଦ ଅର୍ଥ ମଞ୍ଜୁର କଲା ଶିକ୍ଷା ବିଭାଗ । ଓସେପା ପକ୍ଷରୁ ମୋଟ ୩୯୮ କୋଟି ୩୨ ଲକ୍ଷ ୮୨ ହଜାର ୩ ଟଙ୍କା ଡିଇଓଙ୍କ ଆକାଉଣ୍ଟକୁ ରିଲିଜ୍‌ କରିବାକୁ ବ୍ୟାଙ୍କକୁ ଚିଠି ଲେଖାଯିବା ସହ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ବାନ୍ଧନବାହାଲ ଗାଁର ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ (ପୂର୍ବ କ୍ୟାଡର) ପ୍ରଭୁଦତ୍ତ ସାହୁ ଗତ ୩ ମାସ ହେଲା ଦରମା ନମିଳିବାରୁ ମଜୁରି କରିବାକୁ ଛୁଟି ମାଗିଥିଲେ । ଛୁଟି ଦେଲେ, ମୂଲ ଲାଗି ପରିବାର ପୋଷିବେ ବୋଲି ଏକ ଦରଖାସ୍ତ ଲେଖିଥିଲେ ।

ବୁଧବାର ଦିନ ସରକାରୀ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କୁ ସେ ଏହି ଛୁଟି ଆବେଦନ ଦାଖଲ କରିଥିଲେ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଯୋର ଧରିଥିଲା । ସୋସିଆଲ ମିଡିଆରେ ତାଙ୍କ ଚିଠି ଘୁରି ବୁଲିବା ପରେ ଶିକ୍ଷା ବିଭାଗର ଚେତା ପଶିଥିଲା ।

Comments are closed.