ଭୁବନେଶ୍ୱର: ଆଜିଠୁ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀ ।
ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ ୬୦ କୋଟି ଅତିକ୍ରମ କରିଛି ଭକ୍ତଙ୍କ ସଂଖ୍ୟା । ଶନିବାର ମଧ୍ୟାହ୍ନ ସୁଦ୍ଧା, ୭୧.୧୮ ଲକ୍ଷରୁ ଅଧିକ ଭକ୍ତ ପବିତ୍ର ତ୍ରିବେଣୀରେ ସ୍ନାନ କରିସାରିଛନ୍ତି । ମହାକୁମ୍ଭର ଶେଷ ବୁଡ଼ ମହା ଶିବରାତ୍ରୀ, ଫେବୃଆରୀ ୨୬ ତାରିଖରେ ହେବାକୁ ଯାଉଛି ।
ପ୍ରୟାଗରାଜ ପ୍ରଶାସନର ସରକାରୀ ସୂତ୍ର ଅନୁଯାୟୀ, ମୌନି ଅମାବାସ୍ୟାରେ ସର୍ବାଧିକ ସଂଖ୍ୟକ ପ୍ରାୟ ୮ କୋଟି ଭକ୍ତ ସ୍ନାନ କରିଥିଲେ । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି । ଏହା ହିନ୍ଦୁ ଧର୍ମର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ । ଏହି ବିଶେଷ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିବେଚନା କରାଯାଏ ।
Comments are closed.