Latest Odisha News

BREAKING NEWS

ରାକ୍ଷୀ ସାୱନ୍ତଙ୍କ ଶେଯ ସଜାଡିଲେ ସଲମାନ୍ !

ମୁମ୍ବାଇ: ସତରେ, ଟିଆର୍‌ପି ଚକ୍କରରେ ସଲମାନଙ୍କୁ କେତେ କ’ଣ କରିବାକୁ ପଡୁଛି । ଅଥଚ ଏଥିପାଇଁ ସେ କୋଟିକୋଟି ଟଙ୍କା ନେଉଛନ୍ତି । ବିଗ୍‌ବସ୍‌ର ରେଟିଂ ବଢାଇବା ପାଇଁ କେତେବେଳେ ବାଥରୁମ୍ ତ ପୁଣି କେତେବେଳେ ଶେଯ ବି ସଜାଡିବାକୁ ସେ ପଛାଉନାହାନ୍ତି । କିଛି ଏଭଳି ଡ୍ରାମା ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ବିବାଦୀୟ ରିୟାଲିଟି ସୋ’ ବିଗବସ୍ ।

ସିଜିନ୍‌-୧୪ର ଆଜିର ଏପିସୋଡରେ କିଛି ହଟ୍‌କେ ଦେଖିବାକୁ ମିଳିବ । ପ୍ରତିଯୋଗୀ ତଥା କଣ୍ଟ୍ରୋଭର୍ସି କ୍ୱିନ୍ ରାକ୍ଷୀ ସାୱନ୍ତଙ୍କ ଶେଯ ସଜାଡିବେ ସୁପରଷ୍ଟାର ସଲମାନ ଖାନ୍ । ଏଥିପାଇଁ କାରଣ ସାଜିଛନ୍ତି କଣ୍ଟେଷ୍ଟାଣ୍ଟ ନିକ୍କି ତାମ୍ବୋଲି । ତାଜା ପ୍ରମୋ ଅନୁଯାୟୀ ରାକ୍ଷୀଙ୍କ ଶେଯକୁ ନିକି ସଜାଡିବାକୁ ମନା କରିବା ନେଇ ଏଜାଜ ଖାନ ସଲମାନଙ୍କୁ ଜଣାଇଥିଲେ । ଯାହାପରେ ସଲମାନ ଖୋଦ ନିଜେ ବିଗ୍‌ବସ୍ ହାଉସରେ ପହଂଚି ରାକ୍ଷୀଙ୍କ ଶେଯ ସଜାଡିବାକୁ କୁଣ୍ଠାବୋଧ କରିନଥିଲେ ।

ସଲମାନଙ୍କ ଏପରି କାରନାମା ଦେଖି ରାକ୍ଷୀ ଓ ନିକିଙ୍କ ହୋସ୍ ଉଡିଯାଇଥିଲା । ସେମାନଙ୍କ ନିକଟରେ କ୍ଷମା ମାଗିବା ଛଡା ଅନ୍ୟ କୌଣସି ଉପାୟ ହିଁ ନଥିଲା । ଏହି ସମସ୍ତ ଡ୍ରାମାକୁ ଏକ ପ୍ରମୋରେ କଏଦ କରି ସଂପୃକ୍ତ ଟିଭି ଚ୍ୟାନେଲ ସୋସିଆଲ ମିଡିଆରେ ସେୟାର କରିବା ପରେ ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି । ତେବେ ସଫେଇ ପାଇଁ ସଲମାନ ପ୍ରଥମ ଥର ପାଇଁ ବିଗ୍‌ବସ୍ ହାଉସରେ ଏଣ୍ଟ୍ରି କରିନଥିଲେ । ଗତବର୍ଷ ମଧ୍ୟ ସଲମାନ ପ୍ରତିଯୋଗୀଙ୍କ ବାଥରୁମ ସଫାସୁତରା କରିବାରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.