ମୁମ୍ବାଇ: ବଲିଉଡ୍ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଫିଲ୍ମ ‘ସନମ ତେରୀ କସମ’ ୨୦୧୬ରେ ମୁକ୍ତିଲାଭ କରିଥିଲା। ପ୍ରଥମ ମୁକ୍ତିଲାଭରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ୯ ବର୍ଷ ପରେ ଫିଲ୍ମଟି ପୁନଃ ମୁକ୍ତିଲାଭ ହେବାପରେ ହିଟ୍ ହୋଇଛି। ଇତିମଧ୍ୟରେ, ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି।
‘ସନମ୍ ତେରୀ କସମ୍’ର ସିକ୍ୱେଲ୍ ‘ସନମ ତେରୀ କସମ ୨’ ଘୋଷଣା ହେବାପରେ, ଅଭିନେତ୍ରୀଙ୍କୁ ନେଇ ଉଠିଛି ଦ୍ଵନ୍ଦ । ତେବେ ଶୁଣିବାକୁ ମିଳୁଛି ଯେ, ମାୱରା ହୋକେନଙ୍କ ସ୍ଥାନରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବ । ‘ସନମ ତେରୀ କସମ’ର ଲେଖକ ଏବଂ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି ଯେ, କିଛି ପ୍ରଶଂସକ ଚାହୁଁଛନ୍ତି ଯେ ଫିଲ୍ମରେ ହର୍ଷବର୍ଦ୍ଧନଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଉ। ତେବେ ସାକ୍ଷାତକାରରେ, ଯେତେବେଳେ ରାଧିକା ଶ୍ରଦ୍ଧା କପୁରଙ୍କ ନାମ ନେଇଥିଲେ, ସେତେବେଳେ ସେ କହିଥିଲେ ଦୟାକରି ଶ୍ରଦ୍ଧାକୁ ଟ୍ୟାଗ୍ କରନ୍ତୁ।
କହି ରଖୁଛୁ ଯେ ଚଳଚ୍ଚିତ୍ରର ପ୍ରଥମ ଭାଗରେ ମାୱରା ହୋକେନଙ୍କ ଚରିତ୍ର ‘ସରୁ’ର ମୃତ୍ୟୁ ହୋଇଥିବାରୁ ଫିଲ୍ମରେ ଏକ ନୂତନ ଷ୍ଟାରକାଷ୍ଟ ଦେଖିବାକୁ ମିଳିବ। ତେଣୁ ନିର୍ମାତାମାନେ ସିକ୍ୱେଲରେ ଏକ ନୂତନ ଚରିତ୍ର ଆଣିବେ ବୋଲି ଶୁଣୀବାକୁ ମିଳୁଛି । ସେପଟେ ଶ୍ରଦ୍ଧାଙ୍କ ପ୍ରଶଂସକମାନେ ଏହା ଶୁଣି ଖୁସି ହେଉଥିବା ବେଳେ କିଛି ପ୍ରଶଂସକ ଏହାକୁ ବିରୋଧ କରୁଛନ୍ତି । ଚଳଚ୍ଚିତ୍ରରେ ଶ୍ରଦ୍ଧା ଷ୍ଟାରକାଷ୍ଟ ହେବେ ବୋଲି ଶୁଣିବା ପରେ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି- ଏହି ଚଳଚ୍ଚିତ୍ର ପାଇଁ ଶ୍ରଦ୍ଧା କପୁର ହେଉଛନ୍ତି ଉପଯୁକ୍ତ କଳାକାର । ସେହିପରି ଅନ୍ୟ ଜଣେ ଲେଖିଛନ୍ତି- ଶ୍ରଦ୍ଧା ସର୍ବୋତ୍ତମ କିନ୍ତୁ ଚଳଚ୍ଚିତ୍ର ପାଇଁ ମାୱରା ହିଁ ବେଷ୍ଟ ।
ଅନ୍ୟପଟେ କିନ୍ତୁ ‘ସନମ୍ ତେରୀ କସମ୍’ର ସିକ୍ୱେଲ୍ ଘୋଷଣା ହେବାପରେ, ଅଭିନେତ୍ରୀ ମାୱରା ଏହାର ଅଂଶ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଅଭିନେତ୍ରୀ ମାୱରା ହୋକେନ୍ ବିବାହ ପରେ ପ୍ରଥମ ଥର ପାଇଁ ଏକ ସାକ୍ଷାତକାରରେ ନଜର ଆସିଥିଲେ। ସେହି ସମୟରେ ମାୱରା କହିଥିଲେ ଯେ, ”ମୁଁ ସନମ ତେରୀ କସମ ୨’ର ଅଂଶ ହେବାକୁ ପସନ୍ଦ କରିବି। କିନ୍ତୁ ମୁଁ କରେ କି ଅନ୍ୟ କିଏ ବି କରନ୍ତୁ, ମୁଁ ଏତିକି ଜାଣିଛି ଯେ ମୋ ପ୍ରଯୋଜକମାନେ ଏହି ଫିଲ୍ମକୁ ମିଳୁଥିବା ସଫଳତାର ପ୍ରକୃତ ଯୋଗ୍ୟ ଅଟନ୍ତି ।
କହିରଖୁଛୁ ଯେ, ସ୍ତ୍ରୀ ୨ ର ବ୍ଲକ ବଷ୍ଟର ରେକର୍ଡ ପରେ ଶ୍ରଦ୍ଧା କପୁର ଏବେ ସବୁଠି ଚର୍ଚ୍ଚାରେ ଅଛନ୍ତି । ସ୍ତ୍ରୀ ୨ ରେ ଶ୍ରଦ୍ଧା କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଏବେ ଶ୍ରଦ୍ଧା ମ୍ୟାଡକ୍ଙ୍କ ହରର୍ ଫିଲ୍ମରେ ନଜର ଆସିବେ। ଶ୍ରଦ୍ଧାଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ଅଛି। ଶ୍ରଦ୍ଧାଙ୍କ ଫ୍ୟାନ୍ ଫଲୋଇଂ ମଧ୍ୟ ଇତି ମଧ୍ୟରେ ବହୁତ ବୃଦ୍ଧି ପାଇଛି।
Comments are closed.