Latest Odisha News

ପଙ୍କଜଙ୍କ ଫିଲ୍ମ ପ୍ରମୋଶନରେ ମାତିଛନ୍ତି ସଲମାନ୍‌

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ପଙ୍କଜ ତ୍ରିପାଠୀ । ପଙ୍କରୁ ପଦ୍ମ ଫିଟିଲା ଭଳି ଏହି ଅଭିନେତା ନିଜ ପ୍ରଥମ ସୁଯୋଗର ବେଶ ଭଲ ଭାବେ ସଦୁପଯୋଗ କରିଥିଲେ । ଖୁବଶୀଘ୍ର ଏହି ଅଭିନେତାଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟାଇଟଲ୍ କାଗଜ ଥିଲାବେଳେ ପଙ୍କଜଙ୍କୁ ପ୍ରମୋଶନ କରିଛନ୍ତି ସୁପରଷ୍ଟାର ସଲମାନ ଖାନ୍ ।

ରିଲିଜ୍ ହୋଇଛି ଫିଲ୍ମ କାଗଜର ଟ୍ରେଲର୍ । ଅଭିନେତା ତଥା ନିର୍ଦ୍ଦେଶତ ସତୀଶ କୌଶିକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି, ଖୋଦ ସଲମାନ କାହିଁକି ଏହି ଫିଲ୍ମର ପ୍ରମୋଶନରେ ଲାଗିଛନ୍ତି ? ତେବେ ଫିଲ୍ମର ପ୍ରଯୋଜକ ଯେତେବେଳେ ପ୍ରମୋଶନ କରିବେନି ବା କେମିତି । ପଙ୍କଜଙ୍କ ଅଭିନୀତ ଏହି ଫିଲ୍ମର ପ୍ରଯୋଜନା ଭାର ଖୋଦ ସଲମାନ ଖାନ ସମ୍ଭାଳିଛନ୍ତି ।

ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଜଣେ ବ୍ୟକ୍ତିଙ୍କୁ ସରକାରୀ ସ୍ତରରେ ମୃତ ଘୋଷଣା କରାଯାଇଛି । ଏହା ପରେ ଖୋଦ ସେହି ବ୍ୟକ୍ତି ଜଣକ ମୃତ ନୁହଁ ବରଂ ଜୀବିତ ଥିବା ନେଇ ପ୍ରମାଣ ଯୋଗାଡ କରିବାରେ ଦେଖିବାକୁ ମିଳିବ । ଫିଲ୍ମର ଏହି ଚରିତ୍ରରେ ପଙ୍କଜ ତ୍ରିପାଠୀ ଦର୍ଶକଙ୍କ ସାମ୍ନାକୁ ଆସିବେ ।

ସୋସିଆଲ୍ ମିଡିଆରେ ଖୋଦ ସଲମାନ ଫିଲ୍ମ କାଗଜର ଟ୍ରେଲରକୁ ସେୟାର କରିଛନ୍ତି । ତା ଛଡା ପଙ୍କଜ ତ୍ରିପାଠୀଙ୍କ ଚରିତ୍ରକୁ ମଧ୍ୟ କ୍ୟାପ୍ସନ ମାଧ୍ୟମରେ ଜଣାଇଛନ୍ତି । ଫିଲ୍ମଟି ଉଭୟ ଓଟିଟି ଓ ସିନେମା ହଲରେ ଜାନୁଆରୀ ୭ରେ ରିଲିଜ୍ ହେବ । ତେବେ କେବଳ ଉତ୍ତରପ୍ରଦେଶର ବଛାବଛା ସିନେମା ହଲରେ ହିଁ ଦର୍ଶକ ଏହି ଫିଲ୍ମର ମଜା ନେଇପାରିବେ ।

Leave A Reply

Your email address will not be published.