Latest Odisha News

BREAKING NEWS

ବଡଦିନ ପାଇଁ ପୁରୀ ବେଳାଭୂମିରେ କରୋନା ନେଇ ସଚେତନ କରୁଛି ସାଣ୍ଟା

ପୁରୀ: ବଡଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବେଳାଭୂମିରେ ତିଆରି କରିଛନ୍ତି ସାଣ୍ଟା କ୍ଲଜ୍ । ଚାରିଆଡେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ସାଣ୍ଟା ବି କରୋନା ନେଇ ଲୋକଙ୍କୁ ସଚେତନ କରୁଛି ।

ବାଲିରେ ତିଆରି ଏହି ସାଣ୍ଟା ନିଜେ ମାସ୍କ ଓ ହାତରେ ଗ୍ଲୋବସ୍ ପିନ୍ଧିବା ସହ ଏହାକୁ ଲୋକେ ମାନନ୍ତୁ ବୋଲି ବାର୍ତ୍ତାଦେଉଛି । ଏହା ପ୍ରାୟ ୨୦ ଟନ ବାଲିରେ ତିଆରି ହୋଇଥିବା ବେଳେ ମାନସ ଓ ତାଙ୍କ ସାଥୀ ଦୁଇ ଦିନ ସମୟ ନେଇ ଏହାକୁ ତିଆରି କରିଛନ୍ତି । ପୁରୀ ମନ୍ଦିରରେ ଜଗା ଦର୍ଶନ ନେଇ କଟକଣା ଲାଗିଥିବା ବେଳେ ସବୁ ପର୍ଯ୍ୟଟକ ବେଳାଭୂମିର ମଜ୍ଜା ନେଉଛନ୍ତି । ତେଣୁ ବେଳାଭୂମି ବୁଲିବା ସହ ଏହି ସାଣ୍ଟାର ମଜ୍ଜା ଉଠାଇପାରିବେ ।

Leave A Reply

Your email address will not be published.