Latest Odisha News

BREAKING NEWS

ସଲମାନଙ୍କୁ ଧମକ ମାମଲା: ଇଂଲଣ୍ଡରୁ ମିଳିଲା ଇମେଲର ଲିଙ୍କ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କୁ ହତ୍ୟା ଧମକ ଗୋଲ୍ଡି ବରାର ତରଫରୁ ମିଳିବା ପରେ ପୋଲିସ ସତର୍କ ହୋଇ ଉଠିଛି । ଏ ନେଇ ଯେଉଁ ଇ-ମେଲ କରାଯାଇଥିଲା ତାହାକୁ ଟ୍ରେସ କରିବାରେ ପୋଲିସ କିଛି ମାତ୍ରାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଏହି ଇ-ମେଲର ଲିଙ୍କ ୟୁକେରୁ ପଠାଯାଇଛି । ଇ-ମେଲ ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରରୁ ଆସିଥିବାରୁ, ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଛି । ମାର୍ଚ୍ଚ ୧୮ରେ ସଲମାନଙ୍କ ମ୍ୟାନେଜର ନିକଟକୁ ଆସିଥିବା ଇ-ମେଲରେ ଲେଖା ଯାଇଥିଲା ତୋ ବସ ସଲମାନଙ୍କୁ ଗୋଲ୍ଡି ଭାଇ ସହ କଥା ହେବାକୁ ପଡିବ ।

ଲରେନ୍ସ ବିଶ୍ନୋଇଙ୍କ ସାକ୍ଷାତକାର ଦେଖି ସାରିଥିବ । ଯଦି ଦେଖି ନ ଥିବେ ତାହେଲେ ଦେଖିବାକୁ କହିବ । ମ୍ୟାଟର କ୍ଲୋଜ କରିବାକୁ ଯଦି ଅଛି କଥା ହେବାକୁ ପଡିବ । ଆଗୁଆ ଚେତେଇ ଦେଲୁ, ପରେ ଝଟକା ଲାଗିଲେ ଆମକୁ ଦୋଷ ଦେବନି । ଏହା ପରେ ପୋଲିସ ଲରେନ୍ସ, ଗୋଲ୍ଡି ଓ ରୋହିତ ବରାଡଙ୍କ ନାମରେ ଏଫଆଇଆର ରୁଜୁ କରିଛି ।

Leave A Reply

Your email address will not be published.