Latest Odisha News

BREAKING NEWS

ସଲମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ୭ ଜଣ ମହିଳା

ମୁମ୍ବାଇ: ବଲିଉଡର ଭାଇଜାନ ସୁପରଷ୍ଟାର ସଲମାନ ଖାନ । ଦ ମୋଷ୍ଟ ଇଲିଜିବୁଲ ବ୍ୟାଚଲର ସଲୁଙ୍କ ବୟସ ୫୦ରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ଆଜିବି ତାଙ୍କ ପାଖକୁ ଛୁଟୁଛି ବିବାହ ପ୍ରସ୍ଥାବର ସୁଅ ।

ହେଲେ ଆପଣ ଜାଣନ୍ତି କି ସଲୁଙ୍କ ପାଖକୁ ବିବାହ ପ୍ରସ୍ତାବ ପଠାଇଥିଲେ ଏହି ୭ ଜଣ ମହିଳା, ଯାହାଙ୍କୁ ସଲମାନ କରିଥିଲେ ରିଜେକ୍ଟ। ଜାଣନ୍ତୁ କିଏ ସେମାନେ…

୧. ସଙ୍ଗୀତା ବିଜଲାନି- ସଙ୍ଗୀତା ସଲୁଙ୍କ ପ୍ରେମରେ ପାଗିଳି ଥିଲେ । ଏମାନଙ୍କର ବାହାଘର ଠିକ ହୋଇ ନିମନ୍ତ୍ରଣ ପତ୍ର ମଧ୍ୟ ଛପା ସାରିଥିଲା । ମାତ୍ର ତାପରେ ସଲମାନ ଏହି ବାହାଘର ପାଇଁ ମନା କରିଦେଇଥିଲେ ।

୨. ସୋମି ଅଲ୍ଲୀ – ସଲମାନ ଓ ସୋମି ପରସ୍ପର ପରସ୍ପରକୁ ପସନ୍ଦ କରୁଥିଲେ । ଅନେକ ଦିନ ଯାଏଁ ଏମାନେ ରିଲେସନସିପରେ ମଧ୍ୟ ରହିଥିଲେ । କିନ୍ତୁ ସୋମିଙ୍କୁ ବିବାହ କରିବାକୁ ରାଜି ହୋଇନଥିଲେ ସଲୁ ।

୩. ଐଶୋର୍ଯ୍ୟା – ସଲୁ ଓ ସୁନ୍ଦରୀ ଐଶଙ୍କ ସମ୍ପର୍କ ବିଷୟରେ କିଏ ବା ନଜାଣେ । ଏହା ସଲମାନଙ୍କ ଜୀବନର ଏକ ଲାଇଫ ଚେନଜିଙ୍ଗ ଅନୁଭୁତି ବୋଲି ମଧ୍ୟ କୁହାଯାଇ ପରେ । ସାଲମାନଙ୍କ ଐଶୋର୍ଯ୍ୟାଙ୍କ ଉପରେ ମିତ୍ରାଧିକ ପ୍ରତିବନ୍ଧକ ଓ ସନ୍ଦେହ ଯୋଗୁଁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

୪. କ୍ୟାଟ୍ରିନା କେଫ୍ – କ୍ୟାଟ୍ରିନାଙ୍କୁ ବଲିଉଡରେ ଏଣ୍ଟ୍ରି କରାଇଥିଲେ ସଲମାନ ଖାନ । କ୍ୟାଟ୍ ଓ ସଲମାନଙ୍କ ଯୋଡିକୁ ପ୍ରାୟ ଲୋକ ପସନ୍ଦ ମଧ୍ଯ କରୁଥିଲେ । କିନ୍ତୁ ରଣବିର କପୁରଙ୍କ ସହ କ୍ୟାଟ୍ ଅନେକ ସମୟ ଚାଟିଂ କରୁଥିବାର ସଲୁ ଜାଣିବା ପରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।

୫.ଜରିନ ଖାନ- କ୍ୟାଟଙ୍କ ଭଳି ଜରିନଙ୍କୁ ମଧ୍ୟ ସାଲମାନ ହିଁ ବଲିଉଡରେ ଏଣ୍ଟ୍ରି କରାଇଥିଲେ । ଜରିନଙ୍କ ପାଇଁ ମୁମ୍ବାଇରେ ଏକ ୩ ବିଏଚକେ ଫ୍ଲାଟ୍ ମଧ୍ୟ ସଲୁ କିଣିଥିଲେ । କୌଣସି କାରଣରୁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଆଉ ସେମାନେ ଅଲଗା ହୋଇଯାଇଥିଲେ ।

୬. ଇଲୁଲିଆ ଭନ୍ତୁର- ଇଲୁଲିଆ ଜଣେ ରୋମାନିଆନ ମହିଳା ଅଟନ୍ତି । ସଲମାନଙ୍କୁ ବିବାହ କରି ଘର ବସେଇବା ପାଇଁ ସେ ନିଜର ସମସ୍ତ ସ୍ବପ୍ନକୁ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ଏହି ବିଦେଶୀ ସୁନ୍ଦରୀଙ୍କୁ ବିବାହ କରିବାକୁ ସଲମାନ ମନା କରି ଦେଇଥିଲେ ।

୭. ଡେଜି ଶା- ପିଲ୍ମ ‘ଜୟ ହୋ’ରେ ସଲମାନ ନିଜ ବିପକ୍ଷରେ କାଷ୍ଟ କରାଇଥିଲେ ଆଭିନେତ୍ରୀ ଡେଜି ଶାଙ୍କୁ । ପରେ ସେମାନେ ଡେଟିଂ କରୁଥିବା ଖବର ଚର୍ଚ୍ଚାକୁ ଆସିଥିଲା । ଖବରଟି ସତକି ମିଛ ତ ଜଣାପଡିଲା ନାହିଁ, କିନ୍ତୁ ସବୁ ରିଲେସନ ଭଳି ସଲମାନଙ୍କ ଏହି ରିଲେସନ ବି ଖୁବ କମ୍ ଦିନରେ ଭାଙ୍ଗି ଯାଇଥିଲା ।

Leave A Reply

Your email address will not be published.